ଛେଣ୍ଡିପଦା (ଅନୁଗୋଳ), ୩ ନଭେମ୍ବର: ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଥାନା ଅଞ୍ଚଳରେ ଏକ ଅପ୍ରିୟ ଘଟଣା ଆଲୋଚନାରେ ଆସିଛି। ଜଣେ ନାବାଳିକା ତାଙ୍କ ନିକଟାତ୍ମୀୟ ବିରୋଧରେ ଅନାଇତିକ ବ୍ୟବହାରର ଅଭିଯୋଗ କରିଛନ୍ତି।
ସୂତ୍ରମାନଙ୍କ ଅନୁସାରେ, ଘଟଣା ସମୟରେ ଘରେ ଅନ୍ୟ କେହି ଉପସ୍ଥିତ ନଥିଲେ। ଅଭିଯୋଗ ପରେ ନାବାଳିକାଙ୍କ ବୟାନ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସମ୍ବନ୍ଧରେ ଥାନା କେସ ନଂ. ୫୬୧/୨୫ ରେ ମାମଲା ରୁଜୁ ହୋଇଛି।
ଅଞ୍ଚଳରେ ଗତ କିଛି ମାସ ଧରି ଏପରି ଅପ୍ରିୟ ଘଟଣା ବୃଦ୍ଧି ପାଇଥିବାରୁ ଲୋକମାନଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି ହୋଇଛି। ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ମଧ୍ୟ ଦୁଇଟି ସମାନ ଘଟଣା ଘଟିଥିଲା ବୋଲି ସୂତ୍ର ଜଣାଇଛି।
ପୋଲିସ ଘଟଣାର ସମ୍ପୂର୍ଣ୍ଣ ପ୍ରକୃତି ଓ ପୃଷ୍ଠଭୂମି ଖୋଜି ବିସ୍ତୃତ ତଦନ୍ତ କରୁଛି।





