ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପାଇଁ ରାଜନୈତିକ ସଜାଗତା ବଢ଼ିଛି। ଏଥିରେ ବିଜେପି ପକ୍ଷରୁ ଜୟ ଢୋଲକିଆଙ୍କ ନାମ ଚୂଡ଼ାନ୍ତ ହୋଇସାରିଛି ଏବଂ ସେ ୧୬ ତାରିଖରେ ନାମାଙ୍କନ ଦାଖଲ କରିବେ। ସେହି ଦିନ ନୂଆପଡ଼ା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ ବୋଲି ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଏହି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୫୦ ହଜାରରୁ ଅଧିକ ଭୋଟ ମାର୍ଜିନରେ ବିଜୟୀ ହେବେ। ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିପାରିନାହିଁ ଏବଂ କଂଗ୍ରେସ ପ୍ରତି ଲୋକଙ୍କ ଆଗ୍ରହ ହ୍ରାସ ପାଇଛି ବୋଲି ସେ ଦାବି କରିଛନ୍ତି।
ନାମାଙ୍କନ ଦିନ ମୁଖ୍ୟମନ୍ତ୍ରୀ ମାଝୀଙ୍କ ସହ ଅନେକ ମନ୍ତ୍ରୀ, ସାଂସଦ ଓ ବିଧାୟକ ଏକ ବିଶାଳ ରାଲିରେ ଯୋଗ ଦେବେ। ସେହି ଦିନ ଆୟୋଜିତ ବିଶାଳ ସମାବେଶରେ ପ୍ରାୟ ୨,୦୦୦ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ଯୋଗ ଦେବେ ବୋଲି ସାଂସଦ ସୁଜିତ କୁମାର ଜଣାଇଛନ୍ତି।