ରଣପୁରଗଡ: ରଣପୁରରୁ ଗୋଡିପଡା ଭାୟା ବଉଳସାହି ମହାବିଦ୍ୟାଳୟ ଯାଞ୍ଚିଥିବା ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ଜୁଲାଇ ୯ ତାରିଖରେ ପୁରୀ ସାଂସଦ ଡ଼ଃ ସମ୍ବିତ ପାତ୍ର ଉଦଘାଟନ କରିଛନ୍ତି। ଏହି ବସ୍ ସେବା ଆରମ୍ଭ ହେବା ସହ ଅଞ୍ଚଳର ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ପାଇଁ ଯାତ୍ରା ବହୁତ ସହଜ ଓ ସୁବିଧାଜନକ ହେବ ବୋଲି ଆଶା କରାଯାଉଛି।

ସ୍ଥାନୀୟ ବାସିନ୍ଦାମାନେ ଦୀର୍ଘଦିନ ଧରି ଏହି ବସ୍ ସେବା ପାଇଁ ଦାବି କରୁଥିଲେ, ଯାହାକୁ ଦୃଷ୍ଟିରେ ରଖି ସାଂସଦ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଶେଷରେ ସେହି ଦାବି ପୂରଣ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହର ଦେଖାଦେଇଛି।

ଉଦଘାଟନ କାର୍ଯ୍ୟକ୍ରମରେ ସାଂସଦ ସହିତ ନୟାଗଡ଼ ବିଜେପି ସଭାପତି ତାପସ ରଂଜନ ମାର୍ଥା, ଆଇନଜୀବି ପ୍ରିୟବ୍ରତ ପ୍ରହରାଜ ଓ ଅନ୍ୟାନ୍ୟ ସ୍ଥାନୀୟ ନେତାମାନେ ଉପସ୍ଥିତ ଥିଲେ। ସାଂସଦ ପାତ୍ର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ତାଙ୍କର ଅଭିମତ ଓ ଆବଶ୍ୟକତା ବୁଝିଥିଲେ।