ରାଉରକେଲା – ସୁନ୍ଦରଗଡ଼ ଜିଲ୍ଲାର କୋଇଡା ସୀମାନ୍ତ ଅଞ୍ଚଳରେ ଥିବା ବାଙ୍କୋ ପଥର ଖଣି ନିକଟସ୍ଥ ସରଣ୍ଡା ଜଙ୍ଗଲରେ ମାଓବାଦୀ ମାନେ ଲଗାଇଥିବା ଆଇଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି। ସୂଚନା ଅନୁଯାୟୀ, ମାଓବାଦୀ ବିରୋଧୀ ସର୍ଚ୍ଚ ଅପରେସନ୍‌ ଚଳାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା।

ସହିଦ ଯବାନଙ୍କ ନାମ ସତ୍ୟବାନ ସିଂହ, ଯିଏ ଉତ୍ତରପ୍ରଦେଶ ରାଜ୍ୟର ଥିଲେ। ବିସ୍ଫୋରଣ ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲାର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଚିକିତ୍ସାଧୀନାବସ୍ଥାରେ ସେ ଆଖିଁମୁଁଦିଲେ।

ଘଟଣା ପରେ ଯବାନଙ୍କ ମରଶରୀରକୁ ହେଲିକପ୍ଟର ଯୋଗେ ଝାରଖଣ୍ଡ ରାଞ୍ଚି ନିକଟସ୍ଥ ୧୬୪ ସିଆରପିଏଫ ବାଟାଲିୟନ ମୁଖ୍ୟାଳୟକୁ ପଠାଯାଇଛି। ସମ୍ପ୍ରତି ସରଣ୍ଡା ଜଙ୍ଗଲ ଅଞ୍ଚଳରେ ମାଓବାଦୀ ଚଳଚଳାନ ବୃଦ୍ଧି ପାଇଥିବାରୁ ସେଠାରେ ସର୍ଚ୍ଚ ଅପରେସନ୍‌କୁ ଅଧିକ ତିବ୍ର କରାଯାଇଛି।

ଏହା ପୂର୍ବରୁ କେବଲାଙ୍ଗ ଥାନା ଅଞ୍ଚଳରେ ମାଓବାଦୀ ମାନେ ଏକ ଖଣିକୁ ଯାଉଥିବା ବିସ୍ଫୋରକ ବୋଝେଇ ଟ୍ରକକୁ ଲୁଟି ନେଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା।

ରାଜ୍ୟର ନକ୍ସାଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଶକ୍ତ କରିବା ଆବଶ୍ୟକତା ଏଥିରେ ପୁଣିଥରେ ପ୍ରମାଣିତ ହେଲା।