ଖଡ଼ିଆଳ, ୧୪ ଜୁଲାଇ: ବାଲେଶ୍ୱର ରେ ଘଟିଥିବା ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା ପ୍ରତି ବ୍ୟପକ ଆକ୍ରୋଶ ଜଣାଇ ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ବିଧାୟକ ପ୍ରାର୍ଥୀ କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏଥିରେ ଅଂଶଗ୍ରହଣ କରି ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରିଥିଲେ।

କଂଗ୍ରେସ ଅଭିଯୋଗ କରିଛି ଯେ ରାଜ୍ୟ ସରକାର ଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଯଥେଷ୍ଟ ପଦକ୍ଷେପ ନେଇନାହିଁ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଇସ୍ତଫା ଦାବି କରାଯାଇଛି। ପ୍ରଦର୍ଶନ ପରେ ଦୁଇ ଅଧିକାରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ବିକ୍ଷୋଭରେ ଅଂଶଗ୍ରହଣକାରୀ କର୍ମୀମାନେ:

ପ୍ରବୀଣ ପଟ୍ଟନାୟକ, ପ୍ରଦୀପ ବେହେରା, କିରନ ସରାଫ, ଭୋଳା ବାଗ, ତୁଷାର ବତାଣ୍ଡି, ଅଙ୍କିତ କିଶୋର, ଓ ରାଜେଶ ବେହେରା ସହିତ ଅନେକ କଂଗ୍ରେସ କର୍ମୀ ବିକ୍ଷୋଭରେ ସାମିଲ ହୋଇଥିଲେ।