ମାଲକାନଗିରି, ୯ ଡିସେମ୍ବର: ଡୁଡ଼ାମେଟଲା ନଦୀ ପାଖରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିଥିବା ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍ଭି-୨୬ ଗ୍ରାମ ମଧ୍ୟରେ ଉତ୍ତେଜନା ବଢ଼ିବାକୁ ଲାଗିଛି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ମାଲକାନଗିରି ଜିଲାରେ ଚାଲୁଥିବା ଇଣ୍ଟରନେଟ କଟକଣାକୁ ଆଉ ୧୮ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି କଟକଣା ବୁଧବାର ଦିନ ଦୁପୂର ୧୨ଟା ପର୍ଯ୍ୟନ୍ତ ଜାରି ରହିବ।
RDC ଏବଂ ଜିଲାପାଳଙ୍କ ଆଲୋଚନା ପରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଜାରି କରି ଏହି ନୂତନ ସମୟସୀମା ଘୋଷଣା କରିଛନ୍ତି।
ଘଟଣାକୁ କେନ୍ଦ୍ର କରି ରାଖେଲଗୁଡ଼ା ଗ୍ରାମବାସୀ ସହ ଆଦିବାସୀ ସମ୍ପ୍ରଦାୟର ଅନେକେ ଏମ୍ଭି-୨୬ ଗାଁରେ ପଶି ପ୍ରାୟ ୧୦୦ରୁ ଅଧିକ ଘର ଭାଞ୍ଚିଦେବା ସହିତ ୫୦ରୁ ଅଧିକ ଘରକୁ ଅଗ୍ନିସଂଯୋଗ କରିଦେଇଛନ୍ତି। ପରିସ୍ଥିତିର ଭୟରେ ଏମ୍ଭି-୨୬ର ଅନେକ ନିବାସୀ ଗାଁ ଛାଡି ପାଳେଇଯାଉଥିବା ଖବର ମିଳିଛି।





