ବରଗଡ଼, 20 ଅଗଷ୍ଟ : ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ୭ ଜଣଙ୍କୁ ପୋଲିସ ଅଟକ କରିଛି। ଭେଡେନ ଥାନାରେ ସେମାନଙ୍କୁ ରଖି ପଚରାଉଚରା ଚାଲିଛି।
ମଙ୍ଗଳବାର ଦିନ ନାବାଳିକା ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ବୁଧବାର ପୋଲିସ ୭ ଜଣକୁ ଅଟକ କରିଥିଲା। ଘଟଣା ସମ୍ବନ୍ଧରେ ତଦନ୍ତ ଜାରି ରହିଛି।