କେନ୍ଦୁଝର: ରାଜ୍ୟର ଖଣି ଅଞ୍ଚଳରେ ଦୁର୍ଘଟଣା ସମୟରେ ତୁରନ୍ତ ଚିକିତ୍ସା ସୁବିଧା ଦେବା ଲକ୍ଷ୍ୟରେ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରମା କେୟାର ୟୁନିଟ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ୱାଧୀନତା ସଂଗ୍ରାମୀ ଧରଣୀଧର ନାୟକଙ୍କ ଜନ୍ମଦିନ ପାଳନ ଅବସରରେ ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା।
ଦୁର୍ଘଟଣା ରୋକ୍ଥାମରେ ଟ୍ରମା କେୟାର ଗୁରୁତ୍ୱପୂର୍ଣ୍ଣ:
ମୁଖ୍ୟମନ୍ତ୍ରୀ କହିଛନ୍ତି, “ଦେଶରେ ପ୍ରତିଦିନ ବହୁତ ଦୁର୍ଘଟଣା ଘଟୁଛି ଏବଂ ମୃତ୍ୟୁ ହେଉଛି। ଖଣି ଅଞ୍ଚଳରେ ଯାନବାହାନ ଚଳାଚଳ ବଢ଼ିଥିବାରୁ ଏହି ଟ୍ରମା ୟୁନିଟ୍ ବହୁତ ଜରୁରୀ।” ସେ ଅଧିକ କହିଛନ୍ତି ଯେ, ଖଣି ଅଞ୍ଚଳର ଅନ୍ୟ ମେଡିକାଲ କଲେଜଗୁଡିକରେ ମଧ୍ୟ ଶୀଘ୍ର ଏହିପରି ସୁବିଧା ଦିଆଯିବ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ଦ୍ରୁତ ପଦକ୍ଷେପ:
ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ତାଙ୍କ ସରକାର ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଦୃଢ଼ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି। ଡାକ୍ତର ଓ ଷ୍ଟାଫ୍ ନିଯୁକ୍ତି, ଆଧୁନିକ ଭିତ୍ତିଭୂମି ଉପରେ ଗଠନ ଓ ଚିକିତ୍ସା ଗୁଣବତ୍ତା ବୃଦ୍ଧି ନେଇ ଅନେକ ପଦକ୍ଷେପ ନିଆଯାଇଛି।
ନୂତନ ମେଡିକାଲ କଲେଜ ଘୋଷଣା:
ସେ କହିଛନ୍ତି ଯେ ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଓ ନବରଙ୍ଗପୁରରେ ଖୁବ୍ ଶୀଘ୍ର ଆଉ ଚାରିଟି ନୂତନ ମେଡିକାଲ କଲେଜ ଆରମ୍ଭ ହେବ।