କେସିଙ୍ଗା, ୧୭ ନଭେମ୍ବର (ତୁମେଶ୍ୱର ସାହୁ):

ଯାତ୍ରୀ ସୁବିଧା ବୃଦ୍ଧି ଓ ଲୋକମାନଙ୍କ ଚାହିଦାକୁ ଧ୍ୟାନରେ ରଖି ଭାରତୀୟ ରେଳବାଇ ଅମୃତ ଭାରତ ଏକ୍ସପ୍ରେସର ଚଳାଚଳ ଦିନ ବୃଦ୍ଧି କରିବାକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।

ଟ୍ରେନ ନମ୍ବର ୧୯୦୨୧/୧୯୦୨୨ ଉଧନା–ବ୍ରହ୍ମପୁର–ଉଧନା ଅମୃତ ଭାରତ ଏକ୍ସପ୍ରେସ ଏବେ ସପ୍ତାହକୁ ଗୋଟିଏ ଦିନ ପରିବର୍ତ୍ତେ ତିନି ଦିନ ଚାଲିବ।

ନୂଆ ସୂଚି ଏପରି —

୧) ଟ୍ରେନ୍‌ ନମ୍ବର ୧୯୦୨୧ (ଉଧନା → ବ୍ରହ୍ମପୁର)

  • ପୂର୍ବରୁ: କେବଳ ରବିବାର
  • ନୂଆ ସୂଚି: ରବିବାର, ବୁଧବାର, ଶୁକ୍ରବାର
  • ଲାଗୁ: ୧୯ ନଭେମ୍ବର ୨୦୨୫ ଠାରୁ

୨) ଟ୍ରେନ୍‌ ନମ୍ବର ୧୯୦୨୨ (ବ୍ରହ୍ମପୁର → ଉଧନା)

  • ପୂର୍ବରୁ: କେବଳ ସୋମବାର
  • ନୂଆ ସୂଚି: ସୋମବାର, ଗୁରୁବାର, ଶନିବାର
  • ଲାଗୁ: ୨୦ ନଭେମ୍ବର ୨୦୨୫ ଠାରୁ

ସମୟ, ରହଣି, କୋଚ ଗଠନ—ସବୁ ପୂର୍ବବତ୍ ରହିବ

ରେଳବାଇ ସୂଚନା ଅନୁଯାୟୀ ଅମୃତ ଭାରତ ଏକ୍ସପ୍ରେସର ଟାଇମିଙ୍ଗ, ରହଣି ସ୍ଥାନ ଓ କୋଚ ଗଠନରେ କୌଣସି ପରିବର୍ତ୍ତନ ହୋଇନାହିଁ।

ସମସ୍ତ ପୂର୍ବ ନିର୍ଦ୍ଦେଶ ଅପରିବର୍ତ୍ତିତ ରହିବ।

କୋଣ୍ସି ରୁଟ୍‌ରେ ଚାଲିବ ଟ୍ରେନ

ଟ୍ରେନ ଉଧନା ଅଭିମୁଖେ ବିଜୟନଗର – ରାୟଗଡା – ମୁନିଗୁଡା – କେସିଙ୍ଗା – ଟିଟିଲାଗଡ଼ – ରାୟପୁର ଦେଇ ଚଳାଚଳ କରିବ।

ଯାତ୍ରୀମାନଙ୍କ ପାଇଁ ପରାମର୍ଶ

ସଂଶୋଧିତ ଚଳାଚଳ ସୂଚି ଅନୁଯାୟୀ ଯାତ୍ରୀମାନଙ୍କୁ ନିଜର ଯାତ୍ରା ଯୋଜନା କରିବାକୁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି।

ରେଳଯାତ୍ରୀ ସଂଘର ଧନ୍ୟବାଦ

ଏହି ନିଷ୍ପତ୍ତିକୁ ସ୍ୱାଗତ କରି

  • ସୁବାସ ଜୈନ (ସଭାପତି)
  • ଡମ୍ବରୁଧର ଭୋଇ (ସାଧାରଣ ସମ୍ପାଦକ)
  • ତୁମେଶ୍ୱର ସାହୁ (ସଦସ୍ୟ)
    ସହିତ ସଂଘର ସମସ୍ତ କର୍ମକର୍ତ୍ତା ଡିଆରଏମ ସମ୍ବଲପୁରକୁ ଧନ୍ୟବାଦ ଜଣାଇଛନ୍ତି।