Kendrapara: ଡେରାବିଶ ଥାନା ଅଡ଼ଙ୍ଗ ମଲ୍ଲୀକେଶରପୁର ଗ୍ରାମର ୨୧ ବର୍ଷୀୟା ଛାତ୍ରୀ ସ୍ୱାତୀସ୍ୱରୂପ ସାମଲଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁଲିସ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ Nayagarh district ଖଣ୍ଡପଡ଼ା ଥାନା ଅଞ୍ଚଳର ଶିବୁନା ନାୟକ (୨୨)। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ପୁଲିସ ସୂଚନାନୁସାରେ, ଛାତ୍ରୀଙ୍କ ମୃତଦେହ ଗତ ୬ ତାରିଖରେ ମାର୍ଶାଘାଇ ଅଞ୍ଚଳର ଏକ ନଦୀ କୂଳରୁ ଉଦ୍ଧାର ହୋଇଥିଲା। ଏହା ପୂର୍ବରୁ ପରିବାର ପକ୍ଷରୁ ନିଖୋଜ ଅଭିଯୋଗ ଦାଖଲ ହୋଇଥିଲା। ଘଟଣାକୁ ନେଇ ପରିବାର ଲୋକ ହତ୍ୟା ସନ୍ଦେହ ଉଠାଇଥିବାରୁ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ସମୟରେ ଫୋନ୍ କଲ୍ ଡିଟେଲ୍ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଛାତ୍ରୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ପରିଚୟ ଓ ସମ୍ପର୍କ ଥିବା ଜଣାପଡ଼ିଥିଲା। ପୁଲିସ କହିଛି, ମାନସିକ ଚାପ ଓ ନିର୍ଯାତନା ସମ୍ବନ୍ଧୀୟ ଅଭିଯୋଗ ମଧ୍ୟ ଆସିଛି, ଯାହାକୁ ଆଧାର କରି ପଚରାଉଚରା ପରେ ଅଭିଯୁକ୍ତଙ୍କୁ ଭୁବନେଶ୍ୱରର ଏକ ବେସରକାରି ଯୁକ୍ତ ଦୁଇ କଲେଜ ଅଞ୍ଚଳରୁ ଗିରଫ କରାଯାଇଛି।
ମୃତ୍ୟୁର ସଠିକ କାରଣ ସମ୍ପର୍କରେ ପୁଲିସ ତଦନ୍ତ ଜାରି ରହିଛି।





