କୋରାପୁଟ: ଭାରତମାଳା ପ୍ରକଳ୍ପ ଅନ୍ତର୍ଗତ ଓଡ଼ିଶାରେ ନିର୍ମାଣଧୀନ ଟୁଇନ୍ ଟନେଲ ଏକ୍ସପ୍ରେସୱେ ଏବେ ଅପଚାରିକ ଭାବରେ ପର୍ଯଟନ ସ୍ଥଳ ହୋଇପାରିଛି। ଛତିଶଗଡ଼, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ଏହି ନୂତନ ରାଜପଥର ନିର୍ମାଣ କାମ ଚାଲିଥିବା ସତ୍ତେ, ଟନେଲକୁ ଦେଖିବାକୁ ଦିନକୁ ଶତାଧିକ ଲୋକ ପହଞ୍ଚୁଛନ୍ତି।
ଟନେଲର ଅଦ୍ଭୁତ ସଂରଚନା ଓ ପରିବେଶର ସୌନ୍ଦର୍ଯ୍ୟ ଲୋକଙ୍କୁ ଆକର୍ଷିତ କରୁଛି। ବିଶେଷକରି ଫୋଟୋ ଓ ଭିଡିଓ ନିମଣ୍ଟେ ଯୁବପିଢ଼ିର ଭିଡ଼ ବେଶି ଦେଖାଯାଉଛି।
ପ୍ରଶାସନୀୟ କାର୍ଯ୍ୟ ସମାପ୍ତ ନହେବା ସତ୍ତେ, ସ୍ଥାନୀୟ ଓ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଲୋକମାନେ ନୂଆ ପର୍ଯଟନ ସ୍ପଟ ଭାବରେ ଏହି ଟନେଲକୁ ବାଛିଛନ୍ତି।