କଟକ, ୨୭ ଅଗଷ୍ଟ: କଟକ ରେଳୱେ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିଥିବା ଘଟଣାରେ ଉତ୍କଣ୍ଠା ସୃଷ୍ଟି ହୋଇଛି। ପ୍ରାୟ ୫୦୦ ମିଟର ଲମ୍ବା ଛାତର ଅଂଶ ଭାଙ୍ଗି ପଡ଼ିଥିବା ସହିତ କିଛି ଭାଗ ଟ୍ରାକ୍‌ ଉପରେ ମଧ୍ୟ ଆସିପଡ଼ିଛି।

ଘଟଣା ପରେ ଯାତ୍ରୀ ଓ ଶ୍ରମିକଙ୍କ କ୍ଷତି ହୋଇଛି କିନା, ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ରେଳବାଇ ପକ୍ଷରୁ ସୂଚନା ମିଳିଛି ଯେ, କାମ କରୁଥିବା ସମସ୍ତ ଶ୍ରମିକଙ୍କୁ ଗଣନା କରାଯାଇଛି ଏବଂ ସେମାନେ ସୁରକ୍ଷିତ ଅଛନ୍ତି। ସିସିଟିଭି ଫୁଟେଜ୍‌ରେ ମଧ୍ୟ କେହି ଭଗ୍ନାଶଙ୍କ ତଳେ ଅଟକି ନଥିବା ଜଣାପଡ଼ିଛି।

ଛାତର ଭାଗ ରେଳ ଲାଇନ ଉପରେ ପଡ଼ିଥିବାରୁ କିଛି ଟ୍ରେନର ଗତିରୋଧ ହୋଇ ବିଳମ୍ବ ସୃଷ୍ଟି ହୋଇଛି। ରେଳବାଇ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଅଧିକ ସନ୍ଧାନ ଓ ପରିସ୍କାର କାର୍ଯ୍ୟ ଜାରି ରହିଛି।