ଯାଜପୁର: ଜିଲ୍ଲାର ବରୀ ବ୍ଲକ୍‌ ଅନ୍ତର୍ଗତ ବୋଦୁଅ ପଞ୍ଚାୟତର କନ୍ତିଆ ଗ୍ରାମରେ ଏକ ଭୟାବହ ଘଟଣା ଘଟିଛି। ଶନିବାର ଅପରାହ୍ଣ ସମୟରେ ଜଣେ ମହିଳାଙ୍କୁ ନଦୀକୂଳରୁ ଏକ କୁମ୍ଭୀର ଟାଣି ନେଇଥିବା ଖବର ମିଳିଛି। ମହିଳା ଜଣକ ହେଲେ ୫୭ ବର୍ଷୀୟ ସୌଦାମିନୀ ମହଲା।

ସୂଚନା ମୁତାବକ, ସୌଦାମିନୀ ନଦୀ କୂଳକୁ ଶୌଚକାର୍ଯ୍ୟ ପାଇଁ ଯାଇଥିଲେ। ଏହି ସମୟରେ ଏକ କୁମ୍ଭୀର ହଠାତ୍ ଝାମ୍ପି ପଡ଼ି ସେଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ, କିନ୍ତୁ କେହି ମଧ୍ୟ କୁମ୍ଭୀର ମୁହଁରୁ ସେଙ୍କୁ ଉଦ୍ଧାର କରିବାର ସାହସ କରିପାରିନଥିଲେ।

ଏହି ଦୃଶ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି କରିଛି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ସ୍ଥାନରେ ପହଞ୍ଚି ଖୋଜାଖୋଜି ଅଭିଯାନ ଜାରି ରଖିଛନ୍ତି, ହେଲେ ଖବର ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ସୌଦାମିନୀଙ୍କ ଶରୀର ମିଳିପାରିନାହିଁ।

ଏହି ଘଟଣା ପରେ ନଦୀକୂଳିଆ ଗ୍ରାମଗୁଡ଼ିକରେ ଆତଙ୍କ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ନଦୀ ଭିତରକୁ ନଯିବାକୁ ଏବଂ ସାବଧାନ ରହିବାକୁ ପୁନର୍ବାର ସଚେତନ କରାଯାଇଛି।