ମୁମ୍ବାଇ: ବଲିଉଡରେ ପୁଣିଥରେ ସଲମାନ ଖାନଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି। ‘ଦବଙ୍ଗ’ ଫିଲ୍ମର ନିର୍ଦ୍ଦେଶକ ଅଭିନବ କଶ୍ୟପ ସଲମାନଙ୍କୁ “ଗୁଣ୍ଡା ଏବଂ ଖରାପ ମଣିଷ” ବୋଲି ଭାଷଣ ଦେଇଛନ୍ତି। ସେ କହିଛନ୍ତି ଯେ, ସଲମାନଙ୍କର ଅଭିନୟ ପ୍ରତି କୌଣସି ରୁଚି ନାହିଁ ଏବଂ ସେ କେବଳ ସେଲିବ୍ରିଟି ଶକ୍ତିକୁ ଦେଖାଇବାରେ ଆଗ୍ରହୀ।

ଅଭିନବ ଏକ ସାକ୍ଷାତକାରରେ କହିଥିଲେ,

  • “ସଲମାନ କେବେ ବି କାହାଣୀ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ।
  • ଗତ ୨୫ ବର୍ଷ ଧରି ସେ କେବଳ ସମୟ କାଟିବାକୁ ଫିଲ୍ମ କରୁଛନ୍ତି।
  • ଦବଙ୍ଗ ପୂର୍ବରୁ ମୁଁ ଜାଣି ନଥିଲି, କିନ୍ତୁ ପରେ ବୁଝିଲି ସେ ଅଭଦ୍ର ଓ ଖରାପ ବ୍ୟକ୍ତି।”

ତାଙ୍କ କଥାରେ, ସଲମାନ ଖାନଙ୍କ ପରିବାର ମଧ୍ୟ ବଲିଉଡରେ “ଷ୍ଟାର ସିଷ୍ଟମର ବାପା”। ସେମାନେ ଅଧିକରେ ୫୦ ବର୍ଷ ଧରି ଇଣ୍ଡଷ୍ଟ୍ରିକୁ ନିୟନ୍ତ୍ରଣ କରୁଥିବାରୁ, ଯିଏ ସେମାନଙ୍କୁ ବିରୋଧ କରିଥାଏ, ତାଙ୍କ ପଛରେ ପଡ଼ନ୍ତି।

ଏହି କଟୁ ବକ୍ତବ୍ୟରେ ବଲିଉଡରେ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି।