ନୂଆଦିଲ୍ଲୀ (୨୨ ମେ): ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବେ ପୁଣିଥରେ ତାଙ୍କ ଅଦ୍ଭୁତ ଶୈଳୀ ଓ ସଂସ୍କୃତିମୂଳକ ଅଭିବ୍ୟକ୍ତି ସହ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଚର୍ଚ୍ଚାରେ ଆସିଛନ୍ତି। ବୁଧବାର ରେଡ୍ କାର୍ପେଟ୍‌ରେ ତାଙ୍କ ସିନ୍ଥିରେ ପିନ୍ଧିଥିବା ଗାଢ଼ ସିନ୍ଦୂର ତଥା ପାରମ୍ପରିକ ଶାଢ଼ି ଆଭାରେ ସେ ସଭିଙ୍କ ଦୃଷ୍ଟି ଆକର୍ଷିତ କରିଥିଲେ।

ଏହି ଶାଢ଼ି ପ୍ରସିଦ୍ଧ ଡିଜାଇନର୍‌ ମନୀଷ ମାଲହୋତ୍ରାଙ୍କ କଳ୍ପନା ଓ ହାତବୁଣା ନିର୍ମିତ, ଯାହା ସହ ଧଳା ଟିସୁ ଦୁପଟ୍ଟା ପକାଇ ତାଙ୍କ ଲୁକ୍‌କୁ ଅଧିକ ଗମ୍ଭୀର କରିଥିଲେ। ତାଙ୍କ ମଥାର ସିନ୍ଦୂର ‘ଅପରେସନ୍‌ ସିନ୍ଦୂର’କୁ ସମର୍ଥନ ଜଣାଇଥିବା ବେଳେ, ବର୍ତ୍ତମାନ ତାଙ୍କ ବିବାହଜୀବନ ଉପରେ ଚାଲିଥିବା ଅଫଵାହ ଓ ଚର୍ଚ୍ଚାକୁ ମଧ୍ୟ ଅବସାନ କରିଥିଲା।

ଦ୍ୱିତୀୟ ଦିନ, ଐଶ୍ୱର୍ଯ୍ୟା ଅଫ-ହ୍ୱାଇଟ୍ ଜ୍ୟାକେଟ୍ ସହିତ ଏକ ହାତବୁଣା କଳା ଗାଉନ୍‌ରେ ଦେଖାଦେଇଥିଲେ। ବିଶେଷ ଗପ୍‌ ହେଉଛି, ତାଙ୍କ ଜ୍ୟାକେଟ୍‌ରେ ସଂସ୍କୃତ ଶ୍ଳୋକ ଲେଖା ଥିଲା, ଯାହା ତାଙ୍କ ମାନସିକ ଶକ୍ତି ଓ ଭାରତୀୟତାକୁ ପ୍ରତିବିମ୍ବିତ କରୁଥିଲା। ତାଙ୍କ ସହ ଝିଅ ଆରାଧ୍ୟା ମଧ୍ୟ କଳା ପୋଷାକରେ ସହଭାଗୀ ହୋଇଥିଲେ।

ଏହି ଦୁଇ ଦିନିଆ ଲୁକ୍‌ ସୋସିଆଲ ମିଡିଆରେ ବେସ୍ତରେ ଭାଇରାଲ୍‌ ହୋଇଛି, ଯେଉଁଥିରେ ଭାରତୀୟ ପାରମ୍ପରିକତା ଓ ଆଧୁନିକ ଫ୍ୟାସନର ମିଶ୍ରଣ ସ୍ପଷ୍ଟ ଦେଖାଯାଇଛି।