ମୁମ୍ବାଇ: ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ବିବାହିକ ଜୀବନକୁ ନେଇ ଗତ କିଛି ମାସ ଧରି ଚର୍ଚ୍ଚା ଚାଲିଆସୁଛି। ସେଥିପାଇଁ ସେମାନଙ୍କ ପତ୍ନୀ ସୁନୀତା ଆହୁଜାଙ୍କ କିଛି ଉକ୍ତି ଏବେ ନୂଆକରି ଖବରରେ ଆସିଛି। ସୁନୀତା ସ୍ପଷ୍ଟ କରିଛନ୍ତି ଯେ, ସେ ପୁରୁଣା ୯୦ଦଶକର ଗୋବିନ୍ଦାଙ୍କୁ ପୁଣିଥରେ ଫେରିଆସିବାକୁ ଚାହୁଁଛନ୍ତି।
ଗତ କିଛି ସମୟ ଧରି ଗୋବିନ୍ଦା ଓ ସୁନୀତାଙ୍କ ବିଚ୍ଛେଦ ନେଇ ଗୁଜବ ଚାଲୁଥିବା ବେଳେ, ପ୍ରସିଦ୍ଧ ପ୍ରୋଡ୍ୟୁସର ପହଲାଜ ନିହଲାନିଙ୍କ ମନ୍ତବ୍ୟ ମଧ୍ୟ ଆଉଥରେ ଚର୍ଚ୍ଚାରେ ଆସିଛି। ଗୋବିନ୍ଦାଙ୍କ ସହ କିଛି ବ୍ଲକବଷ୍ଟର ପ୍ରୋଜେକ୍ଟ କରିଥିବା ନିହଲାନି ପୂର୍ବରୁ କହିଥିଲେ –
“ସୁନୀତା ଏବଂ ଗୋବିନ୍ଦାଙ୍କ ସମ୍ପର୍କ ଅତୁଟ। ଯେତେସବୁ ପରିସ୍ଥିତି ହେଉ, କିମ୍ବା ଅନେକ ଗୁଜବ ଥିଲେ ମଧ୍ୟ ସେମାନଙ୍କ ବିବାହ ଭାଙ୍ଗିବ ନାହିଁ। ଦୁଇଜଣ ଅଲଗା ବଙ୍ଗଳାରେ ବସୁଥିଲେ ମଧ୍ୟ ଏହା କୌଣସି ନୂଆ ଘଟଣା ନୁହେଁ।”
ଏହିପଟେ, ସୁନୀତା ସାକ୍ଷାତକାରରେ କହିଛନ୍ତି –
“ଗୋବିନ୍ଦାଙ୍କୁ ମୋ ପରି କେହି ଜାଣିପାରିବେ ନାହିଁ। ମୁଁ ଯେତେ ଭଲ ପାଏ, କେହି ସେପରି ଭଲପାଇବେ ନାହିଁ। ୯୦ଦଶକରେ ସେ ଯେପରିଥିଲେ, ମୁଁ ଆଜିବି ସେହି ଗୋବିନ୍ଦାକୁ ପସନ୍ଦ କରେ। ମୋର ଇଚ୍ଛା ସେହି ପୁରୁଣା ଗୋବିନ୍ଦା ପୁଣିଥରେ ଫେରନ୍ତୁ।”