ନୂଆଦିଲ୍ଲୀ, ୫ ଅଗଷ୍ଟ: ବଲିଉଡ଼ର ଐତିହାସିକ ଫିଲ୍ମ ‘ଶୋଲେ’ ଏବେ ବି ଦର୍ଶକଙ୍କ ମନରେ ଅମର ହୋଇ ରହିଛି। ଫିଲ୍ମ ରିଲିଜ୍‌ ହୋଇବାର ୫୦ ବର୍ଷ ପୂରଣ ହେବାକୁ ଯାଉଛି, ଏହି ଅବସରରେ ମୁଖ୍ୟ ଅଭିନେତ୍ରୀ ହେମା ମାଳିନୀ କହିଛନ୍ତି ଯେ ଏହାର ସିକ୍ୱେଲ କେବେ ବି ସମ୍ଭବ ନୁହେଁ।

ଏହି ଫିଲ୍ମର ଅମର ଚରିତ୍ର, ସଂଳାପ ଓ କାହାଣୀ ଏପର୍ଯ୍ୟନ୍ତ ଦର୍ଶକଙ୍କ ମନରେ ରହିଛି। ହେମା ମାଳିନୀ ଏକ ସାକ୍ଷାତ୍କାରରେ କହିଛନ୍ତି, “ଯେତେବେଳେ ମୁଁ ଏହି ଫିଲ୍ମରେ କାମ କରିବା ଆରମ୍ଭ କଲି, ମୁଁ ଚିନ୍ତା କରିନଥିଲି ଯେ ଏହା ଏତେ ବଡ଼ ହିଟ୍ ହେବ। ଶୋଲେ ର ସିକ୍ୱେଲ କରିବା କଥା ଭାବିଲେ ମଧ୍ୟ ଅସମ୍ଭବ ଲାଗେ।”

ପ୍ରଥମେ ନକାରାତ୍ମକ ସମୀକ୍ଷା, ପରେ ରେକର୍ଡ ବ୍ରେକ୍ ସଫଳତା

୧୯୭୫ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମରେ ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ, ଅମଜାଦ ଖାନ, ଜୟା ବଚ୍ଚନ ଓ ହେମା ମାଳିନୀ ଅଭିନୟ କରିଥିଲେ। ରିପୋର୍ଟ ଅନୁଯାୟୀ, ଏହା ୩ କୋଟି ବଜେଟରେ ତିଆରି ହୋଇ ବକ୍ସ ଅଫିସରେ ୫୦ କୋଟି ରୁପିଆ ରୋଜଗାର କରିଥିଲା। ଯଦିଓ ଆରମ୍ଭରେ ଏହି ଫିଲ୍ମ ନେଇ ନେଗେଟିଭ୍‌ ସମୀକ୍ଷା ମିଳିଥିଲା, କିନ୍ତୁ ଦର୍ଶକଙ୍କ ମଧ୍ୟରେ ବୋଲମୁଖ ରେ ଏହା ପ୍ରଚାର ହେବା ପରେ ତେବେ ଏହା ବ୍ଲକବଷ୍ଟର ହିଟ୍ ହୋଇଥିଲା।

ମିନର୍ଭା ଥିଏଟରରେ ପାଞ୍ଚ ବର୍ଷ ଧରି ଚାଲିଥିଲା

ରମେଶ ସିପ୍ପିଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ‘ଶୋଲେ’ ମୁମ୍ବାଇର ମିନର୍ଭା ଥିଏଟରରେ ପାଞ୍ଚ ବର୍ଷ ଧରି ନିରନ୍ତର ଚାଲିଥିଲା। ଫିଲ୍ମର ଚରିତ୍ରଗୁଡ଼ିକ, ବିଶେଷକରି ଜୟ ଓ ବୀରୁଙ୍କ ବନ୍ଧୁତା, ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା।

ହେମା ମାଳିନୀ ଓ ବଡ଼ ପରଦା

ଏବେ ବର୍ତ୍ତମାନ ହେମା ମାଳିନୀ ଫିଲ୍ମ ଦୁନିଆରୁ ଦୂରେ ରହିଛନ୍ତି। ସେ ଶେଷ ଥର ପାଇଁ ୨୦୨୦ ମସିହାରେ ‘ସିମଲା ମିର୍ଚି’ ଫିଲ୍ମରେ ଦେଖାଦେଇଥିଲେ। ତାଙ୍କ ପ୍ରଶଂସକମାନେ ଏବେ ତାଙ୍କୁ ପୁଣିଥରେ ବଡ଼ ପରଦାରେ ଦେଖିବାକୁ ଅପେକ୍ଷା କରୁଛନ୍ତି।