ମୁମ୍ବାଇ: ଥ୍ରିଲର, ରୋମାନ୍ସ ଓ କମେଡିରେ ଭରପୂର ଏକ ନୂଆ ଡିଜିଟାଲ୍ ମନୋରଞ୍ଜନ ପ୍ଲାଟଫର୍ମ ‘ରକେଟ୍ ରିଲ୍ସ’ ଲଞ୍ଚ ହୋଇଛି । ଏହା ଭାରତର ପ୍ରଥମ ଭର୍ଟିକଲ୍ ଓଟିଟି ଆପ୍, ଯାହା ଅଗଷ୍ଟ ୧ରେ ୧୫ଟି ସିରିଜ୍ ସହିତ ମାର୍କେଟରେ ଆସିଥିଲା । ଲଞ୍ଚର କିଛି ସମୟ ମଧ୍ୟରେ ଏହାକୁ ଆଣ୍ଡ୍ରୋଏଡ୍ ଓ ଆଇଓଏସରେ ୩.୫ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ୍ କରିସାରିଛନ୍ତି ।
ପ୍ରସିଦ୍ଧ ବଲିଉଡ୍ ନିର୍ଦ୍ଦେଶକ-ପ୍ରଯୋଜକ ବିକ୍ରମ ଭଟ୍ଟ କହିଛନ୍ତି, “ଭର୍ଟିକଲ୍ ଫର୍ମାଟ୍ କେବଳ ସ୍କ୍ରିନ୍ରେ ପରିବର୍ତ୍ତନ ନୁହେଁ, କାହାଣୀ କହିବାର ଶୈଳୀରେ ମଧ୍ୟ ନୂତନତ୍ୱ ଆଣିଛି । ‘ରକେଟ୍ ରିଲ୍ସ’ର ବିଭିନ୍ନ ସିରିଜ୍ ପ୍ରଥମ ଫ୍ରେମ୍ରୁ ହିଁ ଦର୍ଶକଙ୍କୁ ଆକର୍ଷିତ କରୁଛି ।”
ଏହି ପ୍ଲାଟଫର୍ମରେ ୧୫ଟି ନୂଆ ସିରିଜ୍ ରହିଛି, ଯାହାମଧ୍ୟରୁ ୨ଟିକୁ ବିକ୍ରମ ଭଟ୍ଟ ନିର୍ଦ୍ଦେଶନ କରିଛନ୍ତି । ‘ଜମାନତ୍’, ‘ବେଟ୍ରେୟଲ୍’, ‘ବ୍ଲାକମେଲ୍’, ‘ଇନଷ୍ଟାଣ୍ଟ ଇନସାଫ୍’, ‘ଝୁକେଗା ନହିଁ ସାଲା’, ‘ବଲ୍ ଅନଲିମିଟେଡ୍’, ‘ୱେବ୍ କ୍ରାଇମ୍’ ଏବଂ ‘ସ୍କାମ୍ ଆଲର୍ଟ’ ଭଳି ଶୋଗୁଡିକ ସେଥିରେ ଉପଲବ୍ଧ ଅଛି ।
ପ୍ରଥମେ ‘ରକେଟ୍ ରିଲ୍ସ’ ଆପ୍ ଡାଉନଲୋଡ୍ କଲେ ୩-୫ଟି ସିରିଜ୍ ମାଗଣାରେ ଦେଖିପାରିବେ, ତା’ପରେ ସବ୍ସକ୍ରିପ୍ସନ୍ ନେଇ ସମସ୍ତ କଣ୍ଟେଣ୍ଟ ଉପଭୋଗ କରିହେବ ।
ଏହା ହିନ୍ଦୀ, ତାମିଲ୍, ତେଲୁଗୁ, ମରାଠୀ, ବଙ୍ଗାଳୀ ଓ ଗୁଜରାଟୀ ଭାଷାରେ ଉପଲବ୍ଧ ଅଛି । ଭାରତ ସହ ଆମେରିକା, କାନାଡା, ଅଷ୍ଟ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବାଂଲାଦେଶ, ନେପାଳ ଓ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଏହାକୁ ପ୍ରବେଶ କରାଯାଇଛି ।