ମୁମ୍ବାଇ, ୨୦ ସେପ୍ଟେମ୍ବର: ବଲିଉଡ୍ ଅଭିନେତ୍ରୀ କଟ୍ରିନା କୈଫଙ୍କୁ ନେଇ ଏବେ ଗୁଜବରେ ଚର୍ଚ୍ଚା ଚାଲିଛି। କିଛିଦିନ ହେଲା ସେ ସିନେମାଜଗତରୁ ଦୂରେଇଥିବା ବେଳେ, ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଗୋଟିଏ ଫଟୋ ତାଙ୍କର ଗର୍ଭାବସ୍ଥାକୁ ନେଇ ଅନୁମାନକୁ ଆହୁରି ଦୃଢ଼ କରିଛି।
ରିପୋର୍ଟ ଅନୁସାରେ, କଟ୍ରିନା ଏବଂ ସ୍ବାମୀ ବିକ୍କି କୌଶଲ ଅକ୍ଟୋବର ୧୫ରୁ ୩୦ ମଧ୍ୟରେ ଶିଶୁ ସ୍ବାଗତ କରିପାରନ୍ତି। କୁହାଯାଉଛି, କଟ୍ରିନା ବର୍ତ୍ତମାନ ତୃତୀୟ ତ୍ରୈମାସିକରେ ଅଛନ୍ତି। ଯଦିଓ ଦୁହେଁ ଏହାକୁ ଏପର୍ଯ୍ୟନ୍ତ ଗୋପନ ରଖିଛନ୍ତି, ଶିଶୁ ଜନ୍ମ ପରେ ସେମାନେ ସର୍ବସାଧାରଣଙ୍କୁ ସୂଚନା ଦେବେ ବୋଲି ଖବର।
ଏହିମଧ୍ୟରେ, ରେଡିଟରେ ଭାଇରାଲ ହୋଇଥିବା ଗୋଟିଏ ଫଟୋରେ କଟ୍ରିନାଙ୍କୁ ମେରୁନ୍ ଗାଉନ୍ ପିନ୍ଧିଥିବାବେଳେ ଦେଖାଯାଇଥିଲା। ସେଠାରେ ତାଙ୍କର ‘ବେବି ବମ୍ପ’ ପ୍ରଶଂସକମାନଙ୍କ ଦୃଷ୍ଟିକୁ ଆକର୍ଷଣ କରିଥିଲା। ତେବେ ଏହି ଫଟୋ ସତ୍ୟିକି ନାକି ଏଡିଟ, ସେଥିପାଇଁ ସ୍ପଷ୍ଟତା ଆସିନାହିଁ।
ଗର୍ଭାବସ୍ଥାର ଏହି ଖବର ସମ୍ପର୍କରେ କଟ୍ରିନା କୈଫ ଓ ବିକ୍କି କୌଶଲଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ମନ୍ତବ୍ୟ ମିଳିନାହିଁ।