ମୁମ୍ବାଇ: ବଲିଉଡ୍‌ର ଲଭ୍ଲି କପଲ୍ କଟ୍ରିନା କୈଫ୍ ଓ ବିକି କୌଶଲଙ୍କୁ ନେଇ ପୁଣିଥରେ ଗର୍ଭବତୀ ହେବାର ଚର୍ଚ୍ଚା ତିବ୍ର ହୋଇଛି। ସୋସିଆଲ ମିଡିଆରେ କଟ୍ରିନାଙ୍କ ଅନେକ ଭିଡିଓ ଭାଇରାଲ ହେବା ପରେ, ସେ ଅସନ୍ତା ମାସରେ ପ୍ରଥମ ସନ୍ତାନକୁ ଜନ୍ମ ଦେଇପାରନ୍ତି ବୋଲି ଗୁଜବ ଚାଲିଛି।

ପୂର୍ବରୁ ବିକି କୌଶଲ ଏଭଳି ଖବରକୁ ଅସ୍ବୀକାର କରିଥିଲେ। ତାଙ୍କ ‘ବ୍ୟାଡ୍ ନ୍ୟୁଜ୍’ ଫିଲ୍ମର ଟ୍ରେଲର ଲଞ୍ଚ ସମୟରେ ସେ କହିଥିଲେ, “ଯେତେବେଳେ ଭଲ ଖବର ଆସିବ, ଆମେ ନିଜେ ସେୟାର କରିବୁ। ବର୍ତ୍ତମାନ ଏହି ଗୁଜବରେ କୌଣସି ସତ୍ୟତା ନାହିଁ।” ହେଲେ, ଏଥର ସେ କୌଣସି ପ୍ରତିକ୍ରିୟା ଦେଇନଥିବାରୁ ପ୍ରଶଂସକମାନେ ଖବରକୁ ସତ୍ୟ ବୋଲି ମନେ କରୁଛନ୍ତି।

ଉଲ୍ଲେଖ୍ୟ, ୨୦୨୧ରେ ରାଜସ୍ଥାନରେ ଏହି ସେଲିବ୍ରେଟି କପଲ୍‌ର ବିବାହ ହୋଇଥିଲା। କେବଳ ପରିବାର ସଦସ୍ୟ ଓ ଘନିଷ୍ଠମାନଙ୍କ ଉପସ୍ଥିତିରେ ସେମାନେ ବିବାହ କରିଥିଲେ। ବର୍ତ୍ତମାନ, ୪ ବର୍ଷ ପରେ ପ୍ରଥମ ସନ୍ତାନକୁ ନେଇ ପ୍ରଶଂସକମାନେ ବିଷେଷ ଉତ୍ସାହ ଦେଖାଉଛନ୍ତି।