ନୂଆଦିଲ୍ଲୀ: ହାସ୍ୟକଳାକାର କପିଲ ଶର୍ମାଙ୍କୁ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ଚେତାବନୀ ଜାରି କରିଛି। ତାଙ୍କ ଶୋ’ରେ ‘ମୁମ୍ବାଇ’ ପରିବର୍ତ୍ତେ ‘ବମ୍ବେ’ ଶବ୍ଦ ବ୍ୟବହାର କରାଯାଇଥିବା ବିଷୟକୁ ନେଇ MNS କ୍ଷୁବ୍ଧତା ପ୍ରକାଶ କରିଛି।

MNSର ଫିଲ୍ମ ୱିଙ୍ଗ ମୁଖ୍ୟ ଅମେୟ ଖୋପକର ଟ୍ୱିଟ୍ କରି କହିଛନ୍ତି, “ମୁମ୍ବାଇର ନାମ ପରିବର୍ତ୍ତନ ହୋଇ 30 ବର୍ଷ ହୋଇଗଲା। ତଥାପି କପିଲଙ୍କ ଶୋ’ରେ ‘ବମ୍ବେ’ ବୋଲାଯାଉଛି, ଯାହା ଅଗ୍ରହଣୀୟ।” ସେହି ଟ୍ୱିଟ୍‌ରେ ସେ ହୁମା କୁରେଶୀଙ୍କ ଏକ ଅଂଶ ମଧ୍ୟ ସେୟାର କରିଛନ୍ତି, ଯେଉଁଠି ସେ ‘ବମ୍ବେ’ କହିଥିଲେ।

MNS ସ୍ପଷ୍ଟ କରିଛି ଯେ, 1995ରେ ରାଜ୍ୟ ସରକାର ଏବଂ 1996ରେ କେନ୍ଦ୍ର ସରକାର ‘ମୁମ୍ବାଇ’କୁ ସରକାରୀ ନାମ ଭାବରେ ସ୍ୱୀକାର କରିଥିଲେ। ତେଣୁ ସମସ୍ତଙ୍କୁ ‘ମୁମ୍ବାଇ’ ନାମକୁ ସମ୍ମାନ ଦେବାକୁ ଚେତାବନୀ ଏବଂ ଅପିଲ୍ କରାଯାଉଛି।