ପାଣାଜୀ: ଗୋଆରେ ଚାଲୁଥିବା ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI) ରେ ଆଜି ଓଡ଼ିଆ ଚଳଚ୍ଚିତ୍ର ‘ମାଳିପୁଟ୍ ମେଲୋଡିଜ୍’ ପ୍ରଦର୍ଶିତ ହେବା ସହ ସମ୍ମିଳିତ ଦର୍ଶକଙ୍କ ମନକୁ ଛୁଇଁଯାଇଛି। ଚାରିଟି ହୃଦୟସ୍ପର୍ଶୀ କାହାଣୀକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ର କୋରାପୁଟର ସରଳ, ସଂଘର୍ଷମୟ ଓ ନିରୀହ ଲୋକଙ୍କ ଜୀବନକୁ ସତ୍ୟନିଷ୍ଠ ଭାବେ ଉପସ୍ଥାପନ କରିଛି।
ଏହି ସିନେମାର ନିର୍ଦ୍ଦେଶନା କରିଛନ୍ତି ଯୁବ ନିର୍ଦ୍ଦେଶକ ବିଶାଲ ପଟ୍ଟନାୟକ ବଂ ପ୍ରଯୋଜନା କରିଛନ୍ତି କୌଶିକ ଦାସ।
କାହାଣୀର ଚାରୋଟି ଭିନ୍ନ ରୂପ, ସମାନ ଭାବନାର ସ୍ପର୍ଶ
୧. ‘କାନଫୁଲ’ — ସ୍ୱପ୍ନ ଓ ବିପର୍ଯ୍ୟୟ
ଖେଳନା ଓ ବଏଁଶୀ ବିକୁଥିବା ଦୁଇ ବନ୍ଧୁଙ୍କ ସାଧାରଣ ସ୍ୱପ୍ନ—ଝିଅ ପାଇଁ କାନଫୁଲ କିଣିବା। କିନ୍ତୁ କୋଭିଡ୍ ମହାମାରୀ କାରଣରେ ରଥଯାତ୍ରା ବାତିଲ୍ ହେବା ତାଙ୍କ ସ୍ୱପ୍ନକୁ ଧୂଳିସାତ୍ କରେ।
୨. ‘ରଙ୍ଗମାଟି’ — ଭାଇଭାଉ ର ସଂଘର୍ଷ
ସାନ ଭାଇ ପରିବାର ଚଳାଉଥିବା ବେଳେ ବଡ଼ ଭାଇ ବାଙ୍ଗାଲୋରର ସ୍ୱପ୍ନ ଦେଖୁଛି। ଗାଁକୁ ଫେରିଥିବା ଜଣେ ଗ୍ରାମବାସୀ ତାଙ୍କ ଜୀବନ ନିଷ୍ପତ୍ତିକୁ ପୁଣିଥରେ ଭାବିବା ପାଇଁ ପ୍ରେରିତ କରେ।
୩. ‘ବାଇଦକାରିଆ’ — ପାରମ୍ପରିକତାର ଅନୁରଣନ
ଦଶହରା ପୂଜା ପାଇଁ ପାରମ୍ପରିକ ବାଦ୍ୟ ପ୍ରସ୍ତୁତିର ଅପେକ୍ଷା, ଆଶା ଓ ଅପ୍ରତ୍ୟାଶିତ ଘଟଣାର ଓମ୍ଫାଳ ସମଗ୍ର କାହାଣୀକୁ ନୂତନ ମୋଡ଼ ଦେଇଥାଏ।
୪. ‘ବିଭାଘର’ — ମଧ୍ୟବିତ୍ତ ପରିବାରର ନିତ୍ୟ ସଂଘର୍ଷ
ବାହାଘର ପ୍ରସ୍ତୁତି ମଧ୍ୟବିତ୍ତ ପରିବାର ପାଇଁ କିପରି ଚାପ, ଆର୍ଥିକ ଭାର ଓ ଭାବନାର ଘୂର୍ଣ୍ଣିତର ରୂପ ନେଉଥାଏ—କାହାଣୀର ମୂଳ କେନ୍ଦ୍ରଏହା।
ନିର୍ଦ୍ଦେଶକଙ୍କ ମନକଥା
ଜୟପୁର (କୋରାପୁଟ)ର କଳା ଶିକ୍ଷକ ବିଶାଲ ପଟ୍ଟନାୟକ କହିଛନ୍ତି ଯେ, ନିଜ ଅଞ୍ଚଳର ଲୋକଙ୍କ ସରଳ ଜୀବନ ଓ ସଂଘର୍ଷକୁ ସିନେମାରେ ପ୍ରକାଶ କରିବା ତାଙ୍କ ଦୀର୍ଘଦିନର ଇଚ୍ଛା। ‘ମାଳିପୁଟ୍ ମେଲୋଡିଜ୍’ ସେହି ଚେଷ୍ଟାର ଏକ ସତ୍ୟନିଷ୍ଠ ପ୍ରୟାସ ବୋଲି ସେ କହିଛନ୍ତି।
ପ୍ରଯୋଜକ କୌଶିକ ଦାସ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ, ଯେଉଁଠାରେ ଚଳଚ୍ଚିତ୍ରର ଟ୍ରେଲର ପ୍ରଦର୍ଶିତ ହେଲା।
ପିଆଇବିର ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ ଏହି ସମ୍ମିଳନୀକୁ ପରିଚାଳନା କଲେ।





