ମୁମ୍ବାଇ:

ବଲିଉଡ୍‌ର ‘ଦେଶୀ ଗର୍ଲ’ Priyanka Chopra ପୁଣିଥରେ ଓସ୍କାର ମଞ୍ଚରେ ଦେଖାଦେବେ। ଶୁକ୍ରବାର ଭୋରେ ସେ ତାଙ୍କ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ବିଶ୍ୱର ସବୁଠାରୁ ସମ୍ମାନଜନକ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ Academy Awardsରେ ଏଥର ସେ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିବେ।

ଏହି ଉତ୍ସବରେ Robert Downey Jr., Anne Hathaway, Gwyneth PaltrowWill Arnettଙ୍କ ପରି ବିଶ୍ୱପ୍ରସିଦ୍ଧ ଅଭିନେତା–ଅଭିନେତ୍ରୀଙ୍କ ସହ ପ୍ରିୟଙ୍କା ମଧ୍ୟ ମଞ୍ଚ ଭାଗ କରିବେ।

ଆସନ୍ତା ୧୫ ତାରିଖରେ Los Angelesରେ ଆୟୋଜିତ ହେବାକୁ ଯାଉଥିବା ୯୮ତମ ଏକାଡେମି ଆୱାର୍ଡସ୍‌ରେ ସେ ଭାରତର ପ୍ରତିନିଧିତ୍ୱ କରିବେ। ତେବେ ପ୍ରିୟଙ୍କା ପାଇଁ ଓସ୍କାର ମଞ୍ଚ ଚଢ଼ିବା ନୂଆ କଥା ନୁହେଁ। ୨୦୧୬ ମସିହାରେ ସେ ‘ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ପାଦନା’ ବିଭାଗର ପୁରସ୍କାର ପ୍ରଦାନ କରିଥିଲେ ଓ ୨୦୨୧ରେ ସ୍ୱାମୀ Nick Jonasଙ୍କ ସହିତ ଓସ୍କାର ପାଇଁ ନାମାଙ୍କନ ଘୋଷଣା କରିଥିଲେ।

ଚଳିତ ବର୍ଷ ପ୍ରିୟଙ୍କା ଅନ୍ତର୍ଜାତୀୟ ମଞ୍ଚରେ ଲଗାତାର ସଫଳତା ହାସଲ କରୁଛନ୍ତି। ସେ ପୂର୍ବରୁ Golden Globe Awardsରେ ମଧ୍ୟ ଏକ ପୁରସ୍କାର ପ୍ରଦାନ କରିଥିଲେ।

ଶେଷଥର ପାଇଁ ‘The Bluff’ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କ ଅଭିନୀତ Citadel ସିରିଜ୍‌ର ଦ୍ୱିତୀୟ ସଂସ୍କରଣ ଏବଂ ‘Judgement Day’ ନାମକ କମେଡି ଚଳଚ୍ଚିତ୍ର ମୁକ୍ତି ପାଇବାକୁ ଅଛି।