ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ଏବଂ ବ୍ୟବସାୟୀ ରାଜ କୁନ୍ଦ୍ରା ସୋସିଆଲ୍ ମିଡିଆରେ ଭୟଙ୍କର ଟ୍ରୋଲିଂର ଶିକାର ହୋଇଛନ୍ତି। ନିକଟରେ ବୃନ୍ଦାବନ ଗସ୍ତ ସମୟରେ ସେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ତାଙ୍କର କିଡନୀ ଦାନ କରିବାକୁ ଚାହୁଁଥିବାକୁ କହିଥିଲେ। ଏହା ପରେ ଅନେକେ ତାଙ୍କୁ ପିଆର୍ ଷ୍ଟଣ୍ଟ କରୁଥିବା ବୋଲି ବିଭିନ୍ନ ମନ୍ତବ୍ୟ କରିଥିଲେ।
ଟ୍ରୋଲିଂ ପରେ ରାଜ କୁନ୍ଦ୍ରା ଇନଷ୍ଟାଗ୍ରାମରେ ପୋଷ୍ଟ କରି ନିଜ ନୀରବତା ଭାଙ୍ଗିଛନ୍ତି। ସେ ଲେଖିଛନ୍ତି, “ଆମେ ଏମିତି ଦୁନିଆରେ ରହୁଛୁ, ଯେଉଁଠି କାହାରୋ ଜୀବନ ବଞ୍ଚାଇବା ପାଇଁ କିଛି କଲେ ମଧ୍ୟ, ତାକୁ ପିଆର୍ ଷ୍ଟଣ୍ଟ ବୋଲି କହାଯାଏ। ଯଦି ମାନବିକତା ଏକ ଷ୍ଟଣ୍ଟ ହୁଏ, ତେବେ ମୁଁ ଚାହେଁ ସମସ୍ତେ ଏହା କରନ୍ତୁ। ଆଲୋଚନା କମ୍ କରି, ଭଲପାଇବା ବଢାନ୍ତୁ। ରାଧେ ରାଧେ।”
ଉଲ୍ଲେଖନୀୟ ଯେ, ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ଯାଇ, ରାଜ କୁନ୍ଦ୍ରା କହିଥିଲେ, “ମୁଁ ଦୁଇ ବର୍ଷ ଧରି ଆପଣଙ୍କୁ ଅନୁସରଣ କରୁଛି। ଆପଣ ସମସ୍ତଙ୍କ ପାଇଁ ପ୍ରେରଣା। ଯଦି ସାହାଯ୍ୟ କରିପାରିବି, ମୁଁ ମୋର ଗୋଟିଏ କିଡନୀ ଆପଣଙ୍କୁ ଦାନ କରିବି।”