ନୂଆଦିଲ୍ଲୀ, ୧୮ ଅଗଷ୍ଟ୍: ରାଜସ୍ଥାନର ମନିକା ବିଶ୍ୱକର୍ମା ମିସ୍ ୟୁନିଭର୍ସ ଇଣ୍ଡିଆ 2025 ଟାଇଟଲ ଜିତି ଦେଶ ପାଇଁ ଗର୍ବ ଆଣିଛନ୍ତି। ସୋମବାର ଜୟପୁରରେ ଆୟୋଜିତ ଭବ୍ୟ ଆୟୋଜନରେ, ପୂର୍ବତନ ବିଜୟିନୀ ରିଆ ସିଂହା ତାଙ୍କୁ ମୁକୁଟ ପିନ୍ଧାଇଥିଲେ।

ଏହି ଟାଇଟଲ ପାଇଁ ସାରା ଦେଶରୁ ୪୮ଜଣ ପ୍ରତିଯୋଗୀ ମଧ୍ୟରୁ, ମନିକା କଡା ପ୍ରତିଯୋଗିତାରେ ସବୁଠାରୁ ଆଗକୁ ଆସିଥିଲେ। ଉତ୍ତରପ୍ରଦେଶର ତାନ୍ୟା ଶର୍ମା ପ୍ରଥମ ରନର୍ସ-ଅପ୍, ହରିୟାଣାର ମେହକ ଢ଼ିଙ୍ଗରା ଦ୍ୱିତୀୟ ରନର୍ସ-ଅପ୍ ଏବଂ ଅମିଶୀ କୌଶିକ ତୃତୀୟ ରନର୍ସ-ଅପ୍ ହୋଇଥିଲେ।

ଜୁରି ସଦସ୍ୟମାନେ— ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରାଉତେଲା, ନିର୍ଦ୍ଦେଶକ ଫରହାଦ ସାମଜୀ, ପ୍ରସିଦ୍ଧ ଷ୍ଟାଇଲିଷ୍ଟ ଅସଲେ ରୋବେଲୋ ଏବଂ ମିସ୍ ୟୁନିଭର୍ସ ଇଣ୍ଡିଆର ମାଲିକ ନିଖିଲ ଆନନ୍ଦ ସାମିଲ ଥିଲେ।

ଶ୍ରୀଗଙ୍ଗାନଗରର ମୂଳବାସି ମନିକା, ୨୩ ବର୍ଷ ବୟସରେ ନ୍ୟୁରୋନୋଭାର ପ୍ରତିଷ୍ଠାତା ଭାବେ ଜଣାଶୁଣା। ସେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଓ 2024ରେ ମିସ୍ ୟୁନିଭର୍ସ ରାଜସ୍ଥାନ ଟାଇଟଲ ଜିତିଥିଲେ। ବୈଦେଶିକ ମନ୍ତ୍ରାଳୟ ଅଧୀନରେ ଥିବା ବିମ୍ସଟେକ୍ ସେବୋକନରେ ଭାରତର ପ୍ରତିନିଧିତ୍ୱ କରିଥିବା ସହ, ସେ ଲଳିତ କଳା ଏକାଡେମୀ ଏବଂ ଜେଜେ ସ୍କୁଲ ଅଫ୍ ଆର୍ଟସ୍ ଦ୍ୱାରା ସମ୍ମାନିତ ହୋଇଛନ୍ତି।

ମନିକା ବିଶ୍ୱକର୍ମା ଏବେ ଥାଇଲ୍ୟାଣ୍ଡର ପାକ୍ କ୍ରେଟ୍‌ରେ ୨୧ ନଭେମ୍ବର 2025ରେ ଆୟୋଜିତ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ।