ମୁମ୍ବାଇ – ବଲିଉଡର ବାଦଶାହା ଶାହରୁଖ ଖାନ ଏବେ ବିଶ୍ୱର ସବୁଠାରୁ ଧନୀ ଅଭିନେତାର ଆସନ ଦଖଲ କରିଛନ୍ତି। ବର୍ଷରୁ ବର୍ଷ ଭାରତରେ ସବୁଠାରୁ ଧନୀ ଅଭିନେତା ଥିବା ‘କିଙ୍ଗ ଖାନ’ଙ୍କ ସମ୍ପତ୍ତିରେ ହୁଆ ବିପୁଳ ବୃଦ୍ଧି ତାଙ୍କୁ ବିଶ୍ୱସ୍ତରରେ ପ୍ରଥମ ସ୍ଥାନକୁ ନେଇଛି।

ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୫ ଅନୁସାରେ, ଶାହରୁଖ ଖାନଙ୍କ ସମ୍ପତ୍ତି ୧୨,୪୯୦ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୪ରେ ତାଙ୍କର ସମ୍ପତ୍ତି ୭,୩୦୦ କୋଟି ଥିଲା, କିନ୍ତୁ ମାତ୍ର ଗୋଟିଏ ବର୍ଷରେ ୫,୧୯୦ କୋଟି ଟଙ୍କା ବୃଦ୍ଧି ପାଇ, ସେ ବିଶ୍ୱସ୍ତରରେ ଟେଲର ସ୍ୱିଫ୍ଟ (୧୧,୫୨୮ କୋଟି), ଅର୍ନୋଲ୍ଡ ସ୍ବାର୍ଜନେଗର (୧୦,୬୪୧ କୋଟି), ଜେରି ସିନଫିଲ୍ଡ (୧୦,୬୪୧ କୋଟି) ଓ ସେଲେନା ଗୋମେଜ (୬,୩୮୫ କୋଟି)ଙ୍କୁ ପଛରେ ପକାଇଦେଇଛନ୍ତି।

ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୫ରେ ଅନେକ ଭାରତୀୟ ସେଲିବ୍ରିଟିଙ୍କୁ ସାମିଲ କରାଯାଇଛି। ବଲିଉଡର ସବୁଠାରୁ ଧନୀ ସେଲିବ୍ରିଟିଙ୍କ ମଧ୍ୟରେ –

  • ପ୍ରଥମ ସ୍ଥାନରେ ଶାହରୁଖ ଖାନ (୧୨,୪୯୦ କୋଟି)
  • ଦ୍ୱିତୀୟ ସ୍ଥାନରେ ରାଣୀ ମୁଖାର୍ଜୀ (୭,୭୯୦ କୋଟି)
  • ତୃତୀୟ ସ୍ଥାନରେ ଋତିକ୍ ରୋଶନ (୨,୧୬୦ କୋଟି)
  • ଚତୁର୍ଥ ସ୍ଥାନରେ କରଣ ଜୋହର (୧,୮୮୦ କୋଟି)
  • ପଞ୍ଚମ ସ୍ଥାନରେ ଅମିତାଭ ବଚ୍ଚନ (୧,୬୩୦ କୋଟି) ଅଛନ୍ତି।

ଏହି ସଫଳତା ସହିତ, ‘କିଙ୍ଗ ଖାନ’ଙ୍କୁ ଆଉଥରେ ସାବ୍ୟସ୍ତ କରିଛନ୍ତି ଯେ ସେ କେବଳ ବଲିଉଡରେ ନୁହେଁ, ସାରା ବିଶ୍ୱରେ ବି ନମ୍ବର ଓନ୍।