ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ଶେଫାଲି ଜରିୱାଲାଙ୍କ ଅକାଳ ମୃତ୍ୟୁ ତାଙ୍କ ଚାହତା ଓ ଅଭିନୟ ଜଗତରେ ଶୋକ ରେଖା ବିଛାଇଛି। ଅତ୍ୟନ୍ତ ଫିଟ୍ ଥିବା ଶେଫାଲିଙ୍କ ହୃଦଘାତ ଯୋଗୁ ମୃତ୍ୟୁ କିପରି ହେଲା ବୋଲି ଏବେ ନେଇ ଅନେକ ପ୍ରଶ୍ନ ଉଠୁଛି। ଏଥିପାଇଁ ତାଙ୍କର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ମୁମ୍ବାଇର କୁପର ହସ୍ପିଟାଲକୁ ପଠାଯାଇଛି।
ପୋଲିସ ତାଙ୍କ ସ୍ୱାମୀ ଓ ଅଭିନେତା ପରାଗ ତ୍ୟାଗୀଙ୍କ ବୟାନ ରେକର୍ଡ କରିଛି। ପରାଗ କହିଛନ୍ତି ଯେ, ଶେଫାଲି ପ୍ରାୟ ୫-୬ ବର୍ଷ ଧରି ଯୁବା ଦିଶିବାକୁ ଚିକିତ୍ସା ନେଉଥିଲେ ଏବଂ ଦୁଇଟି ଔଷଧ ଖାଉଥିଲେ, ଯାହାରେ ଭିଟାମିନ୍ ସି ଓ ଗ୍ଲୁଟାଥିଓନ୍ ଥିଲା।
ତାଙ୍କ ଚିକିତ୍ସକ ମଧ୍ୟ ଏହି କଥାକୁ ସ୍ୱୀକାର କରି ଦାବି କରିଛନ୍ତି ଯେ, ଏହି ଔଷଧମାନେ ହୃଦଘାତ ସହ କୌଣସି ଭାବେ ସଂପୃକ୍ତ ନୁହେଁ। ଏହା ସାଧାରଣତଃ ଚର୍ମ ର ରୂପ ଉଜ୍ଜ୍ୱଳ କରିବା ଲାଗି ବ୍ୟବହୃତ ହୁଏ ଏବଂ ଏହାର ପ୍ରଭାବ ଶରୀରର ଅନ୍ୟ କୌଣସି ଅଙ୍ଗ ଉପରେ ନାହିଁ। ତେବେ ଶେଫାଲି ସ୍ୱାସ୍ଥ୍ୟକୁ ନେଇ କେବେ ବି କୌଣସି ଅସୁବିଧା ଦେଖାଇନଥିଲେ ବୋଲି ଡାକ୍ତର ଓ ପରିବାର ମାନେ କହିଛନ୍ତି।
ଅନ୍ୟପଟେ ଶେଫାଲିଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ଚଢ଼ାଉ-ଉତାର ଥିଲା। ସେ ୨୦୦୪ ମସିହାରେ ‘ମିଟ୍ ବ୍ରଦର୍ସ’ ଖ୍ୟାତିପ୍ରାପ୍ତ ହରମିତ୍ ସିଂହ ସହ ବିବାହ କରିଥିଲେ, କିନ୍ତୁ ୨୦୦୯ ମସିହାରେ ବିଚ୍ଛେଦ ହେବା ପରେ ତାଙ୍କ ଉପରେ ଘରୋଇ ହିଂସା ଓ ମାନସିକ ନିର୍ଯାତନାର ଅଭିଯୋଗ ମଧ୍ୟ କରିଥିଲେ। ପରେ ୨୦୧୫ ମସିହାରେ ଅଭିନେତା ପରାଗ ତ୍ୟାଗୀ ସହ ବିବାହ କରିଥିଲେ।
ଶେଫାଲିଙ୍କ ଅକାଳ ମୃତ୍ୟୁ ତାଙ୍କ ପରିବାର, ପ୍ରଶଂସକ ଓ ଟେଲିଭିଜନ ଜଗତ ପାଇଁ ଏକ ଅପୂରଣୀୟ ଛତି। ମୃତ୍ୟୁର ଖରା ପ୍ରକୃତିକୁ ନେଇ ତଦନ୍ତ ଚାଲିଛି।