ମୁମ୍ବାଇ: ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ଛାଡପତ୍ର ଗୁଜବକୁ ଶେଷ କରିଦେଇଛନ୍ତି। ଗଣେଶ ଚତୁର୍ଥୀ ଅବସରରେ ସେମାନେ ଏକାଠି ପୂଜା କରିଥିବା ପରେ ସୁନୀତା ସ୍ପଷ୍ଟ କରିଛନ୍ତି ଯେ, ଗୋବିନ୍ଦାଙ୍କୁ ଛାଡିବା ପ୍ରସଙ୍ଗ ସମ୍ପୂର୍ଣ୍ଣ ଭିତ୍ଥିହୀନ।

ଏକ ସାକ୍ଷାତକାରରେ ସୁନୀତା କହିଛନ୍ତି, “ଆମେ ଏତେ ନିକଟତର ଅଛୁ, ଏକାଠି ପୂଜା କରିଛୁ। ଯଦି ସତରେ କିଛି ସମସ୍ୟା ଥାନ୍ତା, ଆମେ ପରସ୍ପରଠାରୁ ଦୂର ହୋଇଯାଇଥାନ୍ତୁ। କେହି ଆମକୁ ଅଲଗା କରିପାରିବେ ନାହିଁ। ମୋର ଗୋବିନ୍ଦା କେବଳ ମୋର।” ସେ ଆହୁରି ଯୋଗ କରିଛନ୍ତି, “ଯେପର୍ଯ୍ୟନ୍ତ ଆମେ ନିଜେ କିଛି କହୁନାହୁଁ, ସେପର୍ଯ୍ୟନ୍ତ କୌଣସି ଖବରରେ ବିଶ୍ୱାସ କରନ୍ତୁ ନାହିଁ।”

୯୦ ଦଶକରେ ଗୋବିନ୍ଦା ବଲିଉଡରେ ସୁପରଷ୍ଟାର ଭାବେ ପରିଚିତ ହୋଇଥିଲେ ଏବଂ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଥିଲେ। ହେଲେ, ପରେଶ୍ରୀତି ବର୍ଷଗୁଡ଼ିକ ଧରି ସେ ଫିଲ୍ମ ପରଦାରୁ ଦୂରେ ରହିଆସୁଛନ୍ତି।