ନୂଆଦିଲ୍ଲୀ, ୧୦ ନଭେମ୍ବର: ରାଜଧାନୀ ଦିଲ୍ଲୀ ଗୁରୁବାର ସନ୍ଧ୍ୟାରେ ଭୟଙ୍କର ବିସ୍ଫୋରଣରେ କପିଗଲା। ଲାଲକିଲ୍ଲା ନିକଟରେ ଏକ ଧୀର ଗତିରେ ଯାଉଥିବା ଗାଡ଼ି ରେଡ୍ ଲାଇଟରେ ଅଟକିଥିବା ସମୟରେ ହଠାତ୍ ଭୟାବହ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ଶକ୍ତି ଏତେ ଅଧିକ ଥିଲା ଯେ ନିକଟସ୍ଥ ଅନେକ ଗାଡ଼ି ଏବଂ ରାସ୍ତା ପାଖରେ ଥିବା ସଂସ୍ଥାପନାଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।
ଦିଲ୍ଲୀ ପୋଲିସ୍ କମିଶନର କହିଛନ୍ତି ଯେ, ବିସ୍ଫୋରଣ ସନ୍ଧ୍ୟା ୬ଟା ୫୨ ମିନିଟ୍ରେ ଘଟିଥିଲା। ପ୍ରାଥମିକ ତଦନ୍ତରେ ମିଳିଛି ଯେ ଗାଡ଼ିରେ ଏକ ବିସ୍ଫୋରକ ସାମଗ୍ରୀ ରଖାଯାଇଥିଲା। ଘଟଣା ପରେ ସମଗ୍ର ଅଞ୍ଚଳକୁ ଘେରାଯାଇଛି ଏବଂ ବୋମ୍ବ ସ୍କୁଅଡ୍, ଫରେନସିକ୍ ଓ ଏନଏସଜି ଦଳ ତଦନ୍ତ ଆରମ୍ଭ କରିଛି।
ଏହି ବିସ୍ଫୋରଣରେ ୧୦ ଜଣ ମୃତ ଏବଂ ୨୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ହୋଇଥିବା ଗାଡ଼ିର ନମ୍ବର ହରିଆଣାର ହେବା ସୂଚିତ ହୋଇଛି ଏବଂ ତାହାର ମାଲିକଙ୍କ ଖୋଜ ଚାଲିଛି।
ଗୃହମନ୍ତ୍ରୀ ଅମିତ ଶାହ ଘଟଣାସ୍ଥଳ ଓ ହସ୍ପିଟାଲ ଗସ୍ତ କରୁଛନ୍ତି। ସେ ସମସ୍ତ ସୁରକ୍ଷା ଏଜେନ୍ସିକୁ ସତର୍କ ରହିବା ଓ ଦୋଷୀଙ୍କୁ ଶୀଘ୍ର ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଘଟଣା ପରେ ଦିଲ୍ଲୀ, ମୁମ୍ବାଇ, ହରିୟାଣା, ଉତ୍ତରପ୍ରଦେଶ ଏବଂ ପୁରୀରେ ହାଇଆଲର୍ଟ ଜାରି ହୋଇଛି। ଏନସିଆରକୁ ଯୋଡୁଥିବା ସମସ୍ତ ରାସ୍ତା ଏବଂ ପ୍ରବେଶ ପଥ ସିଲ୍ କରାଯାଇଛି। ସୁରକ୍ଷା ବାହିନୀ ସମସ୍ତ ସମ୍ବେଦନଶୀଳ ସ୍ଥାନରେ ନଜର ରଖୁଛି।
ଏହି ବିସ୍ଫୋରଣ ଦିଲ୍ଲୀକୁ ଏକ ନୂତନ ଆତଙ୍କ ଛାୟାରେ ଫେଳାଇଛି ଏବଂ ଲୋକମାନେ ଭୟ ଓ ଅସ୍ତିରତାରେ ରହୁଛନ୍ତି।





