ନୂଆଦିଲ୍ଲୀ, ୩ ଅକ୍ଟୋବର – ପାକିସ୍ତାନ ଅଧିକୃତ କଶ୍ମୀର (PoK)ରେ ସାଧାରଣ ଲୋକଙ୍କ ସହ ପାକିସ୍ତାନ ସେନାର ମୁହାଁମୁହିଁ ହୋଇ ବିଭୀଷିକାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ବିକ୍ଷୋଭ ପ୍ରଦର୍ଶନ ସମୟରେ ସେନାର ଗୁଳିଚାଳନାରେ ୧୨ ଜଣଙ୍କ ମୃତ୍ୟୁ ଓ ୨୦୦ରୁ ଅଧିକ ଲୋକ ଆହତ ହୋଇଥିବା ଖବର ମିଳିଛି।
ସୂଚନା ଅନୁସାରେ, ମୁଜାଫରାବାଦ, ରାୱଲକୋଟ ଓ ନୀଲମ ଅଞ୍ଚଳରେ ଜନସାଧାରଣ ବିଭିନ୍ନ ଦାବି ନେଇ ରାଜପଥରେ ନାମିଥିଲେ। ପରିସ୍ଥିତି ଅଣାୟତ୍ତ ହେବା ସହିତ ସେନା ପକ୍ଷରୁ ନିର୍ଦ୍ଦୟ ଭାବରେ ଫାୟାରିଂ କରାଯାଇଥିଲା।
ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରିବାର ଆଶଙ୍କା ରହିଛି। ଏହି ଘଟଣାକୁ ଭାରତ କଡା ଭାବରେ ନିନ୍ଦା କରିଛି ଓ ପାକିସ୍ତାନ ସେନାର ବର୍ବରତାକୁ ପ୍ରକାଶ କରିଛି।