ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ କହିଛନ୍ତି ଯେ ଭାରତ ବର୍ତ୍ତମାନ ଏକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ରାସ୍ତାରେ ଅଗ୍ରସର ହେଉଛି ଏବଂ ଏହାକୁ ନେଇ ଭୟ କରିବାର କୌଣସି କାରଣ ନାହିଁ। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହି ମତ ଦେଇଥିଲେ। ସେ ପଡ଼ୋଶୀ ଦେଶଗୁଡ଼ିକରେ ଘଟିଥିବା ବିଦ୍ରୋହ ଓ ଅସାମ୍ବିଧାନିକ ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ମନ୍ତବ୍ୟ କରିଥିଲେ।

ଡୋଭାଲ କହିଥିଲେ, “ଏକ ଦେଶ ଶକ୍ତିଶାଳୀ କିମ୍ବା ଦୁର୍ବଳ ହେବା, ସେଥିର ସରକାର ଉପରେ ନିର୍ଭର କରେ। ଯଦି ସରକାର ଦୁର୍ବଳ ହୁଏ କିମ୍ବା କେବଳ ନିଜସ୍ଵାର୍ଥ ପୂରଣରେ ଲିନ୍ ହୁଏ, ତେବେ ଫଳାଫଳ ସମାନ ରହେ। ସରକାର ଯେତେବେଳେ ସଂସ୍ଥାମୂଳକ ଭାବରେ କାମ କରେ, ରାଷ୍ଟ୍ର ନିର୍ମାଣ ସେତେବେଳେ ଶକ୍ତିଶାଳୀ ହୁଏ। ଏହି ସଂସ୍ଥାଗୁଡ଼ିକୁ ଗଢ଼ି ତୋଳୁଥିବା ଲୋକମାନେ ହିଁ ଦେଶର ପାୟଭିତି ତିଆରି କରନ୍ତି।”

ସେ ଆହୁରି କହିଥିଲେ ଯେ, “ଇତିହାସ ଦେଖାଇଛି — ସାମ୍ରାଜ୍ୟ, ରାଜତନ୍ତ୍ର, ଅଭିଜାତତନ୍ତ୍ର କିମ୍ବା ଗଣତନ୍ତ୍ର — ସେମାନଙ୍କ ଉତ୍ଥାନ ଓ ପତନ ସରକାରଙ୍କ ଦୃଢତା ଓ ସଦଭିପ୍ରାୟ ଉପରେ ନିର୍ଭର କରେ।”

ରାଷ୍ଟ୍ର ନିର୍ମାଣରେ ସରକାରଙ୍କ ଭୂମିକାକୁ ଗୁରୁତ୍ୱ ଦେଇ NSA ଡୋଭାଲ କହିଲେ, “ରାଷ୍ଟ୍ରର ସୁରକ୍ଷା, ଏହାର ଉନ୍ନତି ଓ ଲକ୍ଷ୍ୟପ୍ରାପ୍ତି ସରକାରଙ୍କ ଦାୟିତ୍ବ। ଏହି କାରଣରୁ 2025ରେ ଆମେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୃଷ୍ଟିକୋଣକୁ ପୁନଃ ସ୍ମରଣ କରିବା ଆବଶ୍ୟକ, କାରଣ ଆଜିର ଭାରତ ପାଇଁ ସେହି ଦୃଷ୍ଟିକୋଣ ପୂର୍ବଯୁଗଠାରୁ ଅଧିକ ପ୍ରସଙ୍ଗିକ।”