କୋଲକାତା, ୧ ଜୁନ୍: ପଶ୍ଚିମବଙ୍ଗର ରାଜନୈତିକ ମାଞ୍ଚିତ୍ର ଉପରେ ଅସର ପକାଇବା ଉଦ୍ଦେଶ୍ୟରେ ଦୁଇ ଦିନିଆ ଗସ୍ତାରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ମମତା ବ୍ୟାନାର୍ଜୀ ଓ ଟିଏମସି ବିରୁଧ୍ଧରେ ତିବ୍ର କଟାକ୍ଷ କରିଛନ୍ତି। ଶାହ କହିଛନ୍ତି, “ଦିଦି, ତୁମ ସମୟ ସରିଗଲା। ୨୦୨୬ରେ ପଶ୍ଚିମବଙ୍ଗରେ ବିଜେପି ଶାସନ ଗଢ଼ିବ।”
ଶାହଙ୍କ ଅଭିଯୋଗ, ମମତା ସରକାର ଅଧିନରେ ରାଜ୍ୟରେ ହିଂସା, ଗୁଣ୍ଡାଗିରି, ବୋମାମାଡ଼, ଅନୁପ୍ରବେଶ ଓ ହିନ୍ଦୁ ଦମନ ଲାଗି ଚାଲିଛି। ସେ ଏହି ସମସ୍ତ ଅବସ୍ଥାର ଅନ୍ତ କରିବା ପାଇଁ ବିଜେପିକୁ ସରକାର ଗଢ଼ିବା ଆବଶ୍ୟକ ବୋଲି କହିଛନ୍ତି।
ସେହିପରି, ଶାହ ମମତାଙ୍କ ମାଆ-ମାଟି-ମାନୁଷ ନାରାକୁ ଉଲ୍ଲେଖ କରି ବାଲ୍ଟି କମେଣ୍ଟ କରିଛନ୍ତି ଯେ, ଏବେ ସେହି ମାଟି ହିଂସା ଓ ଅନ୍ୟାୟରେ ଡୁବିଯାଇଛି। ସେ ଦମ୍ଭ କରି କହିଛନ୍ତି, ବିଜେପି ଶାସନ ଆସିଲେ କାର୍ଯ୍ୟକର୍ତ୍ତା ହତ୍ୟାକାରୀଙ୍କୁ ଖୋଜି ବାହାର କରି ଦଣ୍ଡ ଦିଆଯିବ।
ଟିଏମସିର ହିଂସାର ପଥକୁ ଅଭିଯୋଗ କରି, ଶାହ ଦିଦିଙ୍କୁ ଚାଲେଞ୍ଜ କରିଛନ୍ତି: “ଯଦି ସାହସ ଅଛି, ତେବେ ନିର୍ବାଚନ ଲଢ଼ି ଦେଖ। ମାତୃଶକ୍ତି ଆଗାମୀ ନିର୍ବାଚନରେ ସିନ୍ଦୂରର ଶକ୍ତି ଦ୍ୱାରା ଦିଦିଙ୍କୁ ଉତ୍ତର ଦିଅନ୍ତୁ।”
ଶାହଙ୍କ ଏହି ଘୋଷଣା ଏବଂ ଉକ୍ତି ରାଜ୍ୟର ଆଗାମୀ ନିର୍ବାଚନୀ ରଣନୀତିରେ ବିଜେପିର ସଂଗଠନକୁ ଦୃଢ଼ କରିବା ଏକ ପ୍ରଚେଷ୍ଟା ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି।