ଭୁବନେଶ୍ୱର, ୩ ସେପ୍ଟେମ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ (ସେପ୍ଟେମ୍ବର ୧୭) ଅବସରରେ ଓଡ଼ିଶାରେ ୫୦ ହଜାର ଅନ୍ତ୍ୟୋଦୟ ଘର ବଣ୍ଟାଯିବାକୁ ଯାଉଛି। ଏହା ସମ୍ବନ୍ଧରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, “ମୋଦିଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟାଯିବ। ପୂର୍ବରୁ ୧ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି।”
ସେହିପରି, ମନ୍ତ୍ରୀ ଜଣାଇଛନ୍ତି ଯେ ନଭେମ୍ବରରେ ପିଏମ୍ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟାଣୀ ଆରମ୍ଭ ହେବ। ନୂତନ ପିଏମ୍ ଆବାସ ସର୍ଭେରେ ୩୫ ଲକ୍ଷ ହିତାଧିକାରୀ ଆବେଦନ କରିଥିବାବେଳେ ସମସ୍ତ ପ୍ରକ୍ରିୟା ନଭେମ୍ବର ସୁଦ୍ଧା ସମାପ୍ତ ହେବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।