ଢାକା:
ବାଂଲାଦେଶରେ ବୁଧବାର ସକାଳେ ୪.୧ ତୀବ୍ରତାର ହାଲୁକା ଭୂମିକମ୍ପ ଝଟକା ଅନୁଭୂତ ହେଲା। ସକାଳ ୬ଟା ୧୪ମିନିଟ୍ ସମୟରେ ଘଟିଥିବା ଏହି କମ୍ପନର ପ୍ରଭାବ ଢାକା ସହ ପାଖପାଖ ଜିଲ୍ଲାଗୁଡ଼ିକରେ ମଧ୍ୟ ଅନୁଭବ କରାଯାଇଥିଲା। ହଠାତ୍ କମ୍ପନ ଅନୁଭବ କରି ଭୟରେ ଅନେକ ଲୋକ ଘରୁ ବାହାରି ଆସିଥିଲେ। ସଭାଗ୍ୟବଶତଃ କୌଣସି ପ୍ରକାର ହତାହତ କିମ୍ବା କ୍ଷୟକ୍ଷତି ରିପୋର୍ଟ ହୋଇନାହିଁ।
ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (EMSC) ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ନରସିଙ୍ଗଡି ଅଞ୍ଚଳରେ ଥିଲା ଏବଂ ଏହାର ଗଭୀରତା ପ୍ରାୟ ୩୦ କିଲୋମିଟର। ଗଭୀରତା ଅଧିକ ଥିବାରୁ କମ୍ପନର ତୀବ୍ରତା ଅଧିକ ହୋଇନଥିବା ଥିବା କୁ ବିଶେଷଜ୍ଞମାନେ କହିଛନ୍ତି।
ଲୋକମାନେ ଭୟଭୀତ, ସତର୍କତା ବଢ଼ିଲା
ଢାକା ଓ ପଡ଼ୋଶୀ ଅଞ୍ଚଳର ନିବାସୀମାନେ ଝଟକା ପରେ କିଛି ସମୟ ପାଇଁ ଭୟଭୀତ ହୋଇ ପଡ଼ିଥିଲେ। ଗତ କିଛି ଦିନ ଧରି ବାରମ୍ବାର ଭୂମିକମ୍ପ କାର୍ଯ୍ୟକଳାପ ହେଉଥିବାରୁ ଲୋକଙ୍କ ମଧ୍ୟରେ ସଚେତନତା ଓ ଉଦ୍ବେଗ ଦୁହିଁ ବୃଦ୍ଧି ପାଇଛି। ତଥାପି ଚଳିତ ଧକ୍କାରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି।
ଗୋଟିଏ ମାସ ଆଗରେ ମଧ୍ୟ ହୋଇଥିଲା ଭୂକମ୍ପ, ହୋଇଥିଲା କ୍ଷତି
ଭୂବିଜ୍ଞାନୀମାନଙ୍କ ଅନୁସାରେ ବାଂଲାଦେଶ ତିନୋଟି ମୁଖ୍ୟ ଟେକ୍ଟୋନିକ୍ ପ୍ଲେଟର ସଙ୍ଗମବିନ୍ଦୁରେ ଥିବାରୁ ଏହା ଉଚ୍ଚ ଭୂମିକମ୍ପ ଜୋନରେ ରହିଛି। ମାତ୍ର ଗତ ମାସରେ ୫.୭ ତୀବ୍ରତାର ଏକ ଭୂମିକମ୍ପ ଅନେକ ଅଞ୍ଚଳକୁ ଥରାଇ ଦେଇଥିଲା, ଯେଉଁଥିରେ ୧୦ ଜଣ ପ୍ରାଣ ହରାଇଥିଲେ ଏବଂ ଢାକା–ନରସିଙ୍ଗଡି ମଧ୍ୟରେ ଯଥେଷ୍ଟ କ୍ଷୟକ୍ଷତି ହୋଇଥିଲା।
୧୮୬୯ ରୁ ୧୯୩୦ ମଧ୍ୟରେ ଏହି ଅଞ୍ଚଳ ୭.୦ ରୁ ଅଧିକ ତୀବ୍ରତାର ପାଞ୍ଚଟି ବଡ଼ ଭୂକମ୍ପ ଝଟକା ସହିଥିବା ଇତିହାସ ମଧ୍ୟ ରହିଛି। ବିଶେଷଜ୍ଞମାନେ କହୁଛନ୍ତି ଯେ ଭବିଷ୍ୟତରେ ଏଠାରେ ଆଉ ଗୋଟିଏ ବଡ଼ ଭୂମିକମ୍ପ ହେବାକୁ ନାପାରିବା ନାହିଁ।





