ନୂଆଦିଲ୍ଲୀ: ଆଜି ରାତିରେ ଆକାଶରେ ଦିଶିବ ରକ୍ତିମ ଚନ୍ଦ୍ର—ବ୍ଲଡ୍ ମୁନ୍। ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ହେବାରୁ ଏହି ଘଟଣାକୁ ବିରଳ ଏବଂ ବିଶେଷ ବୋଲି ବୈଜ୍ଞାନିକମାନେ କହୁଛନ୍ତି। ପ୍ରାୟ ୮୨ ମିନିଟ୍ ଯାଏଁ ଚନ୍ଦ୍ର ଲାଲ୍ ରଙ୍ଗରେ ଦିଶିବ, ଯାହାକୁ ଦେଖିବାକୁ ବିଶ୍ୱର ୭୭% ଲୋକଙ୍କୁ ସୁଯୋଗ ମିଳିବ।
କାହିଁକି ଲାଲ୍ ହେବ ଚନ୍ଦ୍ର?
ବୈଜ୍ଞାନିକମାନଙ୍କ ଅନୁସାରେ, ବ୍ଲଡ୍ ମୁନ୍ ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ସେତେବେଳେ ସୂର୍ଯ୍ୟ–ପୃଥିବୀ–ଚନ୍ଦ୍ର ଏକ ସରଳରେଖାରେ ଆସନ୍ତି ଏବଂ ପୃଥିବୀର ଛାୟା ଚନ୍ଦ୍ରକୁ ସମ୍ପୂର୍ଣ୍ଣ ଢାଙ୍କି ଦେଇଥାଏ। ପୃଥିବୀର ବାୟୁମଣ୍ଡଳ ଦେଇ ରେଫ୍ରାକ୍ଟ ହୋଇ ନୀଳ ଓ ବାଇଗଣୀ କିରଣ ବିଚ୍ଛୁରିତ ହୋଇଯାଏ, କିନ୍ତୁ ଲାଲ୍ ଓ ନାରଙ୍ଗୀ ଆଲୋକ ଚନ୍ଦ୍ରକୁ ପହଞ୍ଚିଥାଏ। ଏହି ପ୍ରକ୍ରିୟାକୁ ରେଲି ସ୍କେଟରିଙ୍ଗ କୁହାଯାଏ।
ନାସାର କହିବା ଅନୁଯାୟୀ, ଚନ୍ଦ୍ର କେତେ ଗାଢ଼ ଲାଲ୍ ହେବ ତାହା ସେ ସମୟର ବାୟୁମଣ୍ଡଳୀୟ ପରିସ୍ଥିତି—ଧୂଳି, ଧୂଆଁ ଓ ଜ୍ୱାଳାମୁଖୀର କାରଣରେ ନିର୍ଭର କରିଥାଏ।
କେବେ ଏବଂ କେଉଁଠି ଦେଖିପାରିବେ?
- ଚନ୍ଦ୍ରଗ୍ରହଣ ଆରମ୍ଭ: ରାତି ୯:୫୮ (ଭାରତୀୟ ସମୟ)
- ସର୍ବାଧିକ ପ୍ରଭାବ: ୧୧:୦୧ – ୧୨:୨୨
- ପିକ୍ ସମୟ: ୧୧:୪୨
- ଶେଷ: ରାତି ୧:୨୬
ମୋଟ ଅବଧି: ୩ ଘଣ୍ଟା ୨୮ ମିନିଟ୍।
ଭାରତର ଦିଲ୍ଲୀ, ମୁମ୍ବାଇ, କୋଲକାତା, ପୁଣେ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ ସହରରୁ ଏହି ବିରଳ ଦୃଶ୍ୟ ସ୍ପଷ୍ଟ ଭାବରେ ଦେଖାଯିବ।