ନୂଆଦିଲ୍ଲୀ: ଆସନ୍ତା ରବିବାର, ସେପ୍ଟେମ୍ବର ୭ ରାତିରେ ଆକାଶରେ ଦୃଶ୍ୟମାନ ହେବ ବିରଳ ମହାଜାଗତିକ ଦୃଶ୍ୟ—‘ବ୍ଲଡ୍ ମୁନ୍’। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ସମ୍ପୂର୍ଣ୍ଣ ଲାଲ୍ ଦିଶିବ ଏବଂ ଏହି ଦୃଶ୍ୟ ୮୨ ମିନିଟ୍ ପର୍ଯ୍ୟନ୍ତ ଚାଲିବ।

ଭାରତ ସହିତ ଏସିଆ, ୟୁରୋପ, ଆଫ୍ରିକା ଓ ଅଷ୍ଟ୍ରେଲିଆରେ ଏହାକୁ ସ୍ପଷ୍ଟ ଭାବରେ ଦେଖିହେବ। ପାଖାପାଖି ୭୭% ଲୋକ ଏହି ଚନ୍ଦ୍ରଗ୍ରହଣର ସାକ୍ଷୀ ହେବାର ସୁଯୋଗ ପାଇବେ।

ବ୍ଲଡ୍ ମୁନ୍ କାହିଁକି ହୁଏ?

ବୈଜ୍ଞାନିକମାନଙ୍କ ଅନୁସାରେ ବ୍ଲଡ୍ ମୁନ୍ ହେଉଛି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ସେତେବେଳେ ପୃଥିବୀ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ଆସି, ଚନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କିଦେଇଥାଏ। ପୃଥିବୀର ବାୟୁମଣ୍ଡଳ ଦେଇ ସୂର୍ଯ୍ୟର ଲାଲ୍ ଓ ନାରଙ୍ଗୀ ରଶ୍ମୀ ପହଞ୍ଚିଥାଏ, ଯାହାରୁ ଚନ୍ଦ୍ର ରକ୍ତିମ ଦିଶେ।

ଭାରତରେ କେବେ ଦିଶିବ?

ଚନ୍ଦ୍ରଗ୍ରହଣ ସେପ୍ଟେମ୍ବର ୭ ରାତି ୮.୫୮ରୁ ଆରମ୍ଭ ହୋଇ ୮ ତାରିଖ ସକାଳ ୧.୨୫ରେ ଶେଷ ହେବ। ରାତି ୧୧ଟାରୁ ୧୨.୨୨ ପର୍ଯ୍ୟନ୍ତ ଚନ୍ଦ୍ରର ସବୁଠାରୁ ସୁନ୍ଦର ରକ୍ତିମ ରୂପ ଦେଖାଯିବ।

କେଉଁ ସହରରେ ଦେଖିହେବ?

ଦିଲ୍ଲୀ, ମୁମ୍ବାଇ, କୋଲକାତା, ଲକ୍ଷ୍ଣୌ, ପୁଣେ, ହାଇଦ୍ରାବାଦ ଓ ଚଣ୍ଡିଗଡ଼ରେ ଏହା ସ୍ପଷ୍ଟ ଭାବେ ଦିଶିବ।

ଜ୍ୟୋତିଷ ମତାନୁସାରେ କାହା ପାଇଁ ଶୁଭ, କାହା ପାଇଁ ଅଶୁଭ?

ଏହି ବର୍ଷର ଦ୍ୱିତୀୟ ଓ ଶେଷ ଚନ୍ଦ୍ରଗ୍ରହଣ କୁମ୍ଭ ରାଶି ଓ ଭାଦ୍ରପଦ ନକ୍ଷତ୍ରରେ ପଡ଼ିବ। ଜ୍ୟୋତିର୍ବିଦ୍‌ମାନଙ୍କ କହିବା ଅନୁସାରେ—

  • ଶୁଭ: ମେଷ, ବୃଷ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ
  • ଅଶୁଭ: ମିଥୁନ, କର୍କଟ, ବିଛା, ମୀନ