ନୂଆଦିଲ୍ଲୀ: ଜିଓ ପରେ ଏବେ ବିଏସ୍ଏନ୍ଏଲ୍ (BSNL) ମଧ୍ୟ ନିଜର ଗ୍ରାହକମାନଙ୍କୁ ନିରାଶ କରିଛି। କମ୍ପାନି ତା’ର ଲୋକପ୍ରିୟ 1515 ଟଙ୍କିଆ ପ୍ଲାନ୍କୁ ବନ୍ଦ୍ କରିଦେଇଛି।
ଏହି ପ୍ଲାନ୍ରେ ଗ୍ରାହକମାନେ ପ୍ରତିଦିନ 2GB ଡାଟା ପାଉଥିଲେ। ଏଫ୍ୟୁପି (FUP) ସୀମା ଶେଷ ହେଲେ ମଧ୍ୟ 40Kbps ଗତିରେ ଅସୀମିତ ଡାଟା ମିଳୁଥିଲା। ପୂରା ୧ ବର୍ଷ ବୈଧ୍ୟତା ସହିତ ଏହା ଉପଲବ୍ଧ ଥିଲା।
କିନ୍ତୁ, ଏବେ ବିଏସ୍ଏନ୍ଏଲ୍ର ପୋର୍ଟଫୋଲିଓରେ କୌଣସି ଲଙ୍ଗ୍ ଟର୍ମ ଡାଟା-ଓନ୍ଲି ପ୍ଲାନ୍ ନାହିଁ। ସବୁଠାରୁ ବଡ଼ ବୈଧ୍ୟତା ସହିତ ଯୋଜନା 411 ଟଙ୍କାର, ଯେଉଁଥିରେ 60 ଦିନ ପାଇଁ 100GB ହାଇସ୍ପିଡ୍ ଡାଟା ମିଳୁଛି।
ସେହିପରି, 198 ଟଙ୍କାର ପ୍ଲାନ୍ରେ 30 ଦିନରେ 40GB ଡାଟା ମିଳୁଛି। ଏହାଛଡ଼ା 105, 58 ଏବଂ 16 ଟଙ୍କିଆ ସର୍ଟ୍ ଟର୍ମ ପ୍ଲାନ୍ଗୁଡ଼ିକ ମଧ୍ୟ କମ୍ପାନି ପ୍ରଦାନ କରୁଛି।