ନୂଆଦିଲ୍ଲୀ, ୦୫ ଡିସେମ୍ବର: ଦେଶରେ ନିଶା ଓ ଡ୍ରଗ୍ସ ସମସ୍ୟା ଆତଙ୍କଜନକ ଭାବେ ବଢ଼ୁଥିବା ବେଳେ ଏକ ନୂଆ ସର୍ଭେ ଚମକପର୍ଯ୍ୟନ୍ତ ତଥ୍ୟ ଉଦ୍ଘାଟନ କରିଛି। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ସହ ୧୦ଟି ବଡ଼ ସହରରେ ସ୍କୁଲ ପିଲାମାନେ ୧୧ ବର୍ଷ ବୟସରୁ ଡ୍ରଗ୍ସ ଏବଂ ନିଶାପାଦାର୍ଥ ସେବନ କରୁଥିବା ଜଣାପଡିଛି। ସର୍ଭେ ଅନୁଯାୟୀ ହାରାହାରି ବୟସ ୧୨.୯ ବର୍ଷ।
୧୦ ସହରରେ ବଡ଼ ସର୍ଭେ: ପ୍ରତି ୭ ଜଣରେ ଜଣେ ନିଶାରେ ଆସକ୍ତ
‘ନ୍ୟାସନାଲ ମେଡିକାଲ ଜର୍ଣ୍ଣାଲ ଅଫ୍ ଇଣ୍ଡିଆ’ରେ ପ୍ରକାଶିତ ଏହି ଅଧ୍ୟୟନରେ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ଚଣ୍ଡିଗଡ଼, ବେଙ୍ଗାଲୁରୁ, ଇମ୍ଫାଲ, ଜମ୍ମୁ, ରାଞ୍ଚି, ଦିବ୍ରୁଗଡ଼ ଏବଂ ଲକ୍ଷ୍ନୌର ୫,୯୨୦ ସ୍କୁଲ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।
ସର୍ଭେର ପ୍ରମୁଖ ତଥ୍ୟ—
- ୧୫.୧% ପିଲା ଜୀବନରେ କେବେ ନ କେବେ ନିଶା ସେବନ କରିଛନ୍ତି
- ୧୦.୩% ଗତ ବର୍ଷ ଡ୍ରଗ୍ସ ବ୍ୟବହାର କରିଛନ୍ତି
- ୭.୨% ଗତ ମାସରେ ନିଶା ସେବନ କରିଛନ୍ତି
- ସର୍ବାଧିକ ବ୍ୟବହୃତ ପଦାର୍ଥ—
- ଓପିଓଏଡ୍: ୨.୮%
- କାନାବିସ୍: ୨%
- ଇନହେଲାଣ୍ଟ: ୧.୯%
- ତମାଖୁ (୪%) ଏବଂ ମଦ୍ୟପାନ (୩.୮%)
ଅଧିକାଂଶ ପିଲା ଓପିଓଏଡ୍କୁ ବିନା ପ୍ରେସ୍କ୍ରିପ୍ସନ ଔଷଧ ଭାବେ ବ୍ୟବହାର କରୁଛନ୍ତି।
୮ମ ଶ୍ରେଣୀ ତୁଳନାରେ ୧୧-୧୨ ଶ୍ରେଣୀରେ ନିଶା ସେବନ ଦୁଇଗୁଣା
AIIMS ଦିଲ୍ଲୀର ଜାତୀୟ ନିଶା ନିର୍ଭରଶୀଳତା କେନ୍ଦ୍ରର ଡା. ଅଞ୍ଜୁ ଧାୱନ ନେତୃତ୍ୱରେ କରାଯାଇଥିବା ସର୍ଭେରୁ ଜଣାଗଲା—
- ପୁଅମାନେ ତମାଖୁ ଓ ଗଞ୍ଜେଇ ବ୍ୟବହାରରେ ଅଧିକ
- ଝିଅମାନେ ଇନହେଲାଣ୍ଟ ଓ ଔଷଧୀୟ ଓପିଓଏଡ୍ ବ୍ୟବହାର କରୁଛନ୍ତି
- ୫୦% ରୁ ଅଧିକ ପିଲା ନିଜର ନିଶା ସେବନ ଅଭ୍ୟାସ ଲୁଚାଉଥିବା କହିଛନ୍ତି
ଏହାର ଅର୍ଥ ପ୍ରକୃତ ସଙ୍ଖ୍ୟା ସର୍ଭେର ତଥ୍ୟଠାରୁ ଅଧିକ ହୋଇପାରେ।
ନିଶା ସେବନ ସହ ମାନସିକ ସମସ୍ୟାର ଉଚ୍ଚ ସମ୍ପର୍କ
ସର୍ଭେରେ ଆଉ ଜଣାପଡ଼ିଛି—
- ଗତ ବର୍ଷ ନିଶା ବ୍ୟବହାର କରିଥିବା
୩୧% ପିଲା
ମାନସିକ ଚାପ, ଚିନ୍ତା ଓ ଭାବପ୍ରବଣ ସମସ୍ୟାରେ ଭୋଗୁଛନ୍ତି।





