ନୂଆଦିଲ୍ଲୀ: ଦିଲ୍ଲୀରେ ବର୍ଷା ପରେ ହେଉଥିବା ଦୁର୍ଦଶାକୁ ନେଇ ସୁପ୍ରିମକୋର୍ଟ ଗଭୀର ଚିନ୍ତା ପ୍ରକାଶ କରିଛି। ପ୍ରଧାନ ବିଚାରପତି ବି.ଆର. ଗଭାଇ ଏନଏଚଏଆଇ (NHAI)ର ଏକ ମାମଲାର ଶୁଣାଣି ସମୟରେ ସରାଳ ସବ୍ଦରେ କହିଛନ୍ତି — “ଲୋକଙ୍କଠାରୁ ଟୋଲ୍ ନେଉଛ, କିନ୍ତୁ ସେବା ଦେଉନାହାଁ। ଦିଲ୍ଲୀ ଦେଶର ରାଜଧାନୀ ହେଲେ ମଧ୍ୟ, କେବଳ ଦୁଇ ଘଣ୍ଟା ବର୍ଷାରେ ସହରଟି ଜଳମୟ ହୋଇଯାଉଛି।”
ସିଜେଆଇ କହିଥିଲେ, ମୌସୁମୀ ସମୟରେ ଦେଶର ଅନେକ ଅଞ୍ଚଳରେ କଷ୍ଟକର ପରିସ୍ଥିତି ସୃଷ୍ଟି ହୁଏ, କିନ୍ତୁ ଦିଲ୍ଲୀର ପରିସ୍ଥିତି ବିଶେଷ ଚିନ୍ତାଜନକ। ସେହିପାଇଁ, କାହିଁକି ରାସ୍ତାର ରକ୍ଷଣାବେକ୍ଷଣ ଠିକ୍ ଭାବରେ ହୋଇନାହିଁ, ତଥାପି ଟୋଲ୍ ଆଦାୟ ଚାଲିଛି — ଏହାକୁ ନେଇ ପ୍ରଶ୍ନ ଉଠିଛି।
ଗତ ଶୁଣାଣିରେ ମଧ୍ୟ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲା — ଯଦି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇନାହିଁ କିମ୍ବା ସେଥିରେ ଖାରାପ ଅବସ୍ଥା ରହିଛି, ତେବେ ଟୋଲ୍ ଆଦାୟ ନ୍ୟାୟସଙ୍ଗତ ନୁହେଁ।
କେରଳ ଉଦାହରଣ:
ସୂଚନାଯୋଗ୍ୟ, ଏଡାପାଲ୍ଲି–ମନୁଥି ରାସ୍ତା ଖରାପ ଅବସ୍ଥା ନେଇ କେରଳ ହାଇକୋର୍ଟ ପୂର୍ବରୁ ୪ ସପ୍ତାହ ପାଇଁ ଟୋଲ୍ ଆଦାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା। କୋର୍ଟ କହିଥିଲା, ଯେତେବେଳେ ରାସ୍ତାରେ ଟ୍ରାଫିକ୍ ଜାମ୍ ଓ ସମସ୍ୟା ବଢ଼ୁଛି, ସେତେବେଳେ ଲୋକଙ୍କୁ ଅତିରିକ୍ତ ଭାର ଦେବା ଉଚିତ୍ ନୁହେଁ।
👉 ସିଜେଆଇଙ୍କ ମତାମତ ପରେ, ଏହି ମାମଲାର ରାୟ ସଂରକ୍ଷିତ ରହିଛି।