ନୂଆଦିଲ୍ଲୀ: ଉତ୍ତର-ପୂର୍ବ ରାଜ୍ୟର ୩ ଜଣ ମହିଳାଙ୍କ ପ୍ରତି ଜାତିଗତ ଆକ୍ଷେପ ଓ ଧମକ ଘଟଣାକୁ ନେଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ Rekha Gupta ତୀବ୍ର ପ୍ରତିକ୍ରିୟା ଜଣାଇଛନ୍ତି। ବୁଧବାର ସେ ସମ୍ପୃକ୍ତ ମହିଳାମାନଙ୍କୁ ସାକ୍ଷାତ କରି ସମ୍ବେଦନା ବ୍ୟକ୍ତ କରିଥିଲେ।

ସାମାଜିକ ମାଧ୍ୟମ ‘ଏକ୍ସ’ରେ ଜାରି ଏକ ଭିଡିଓ ସନ୍ଦେଶରେ ସେ କହିଥିଲେ, “ଦିଲ୍ଲୀ ସମସ୍ତଙ୍କର। ପ୍ରତ୍ୟେକ ନାଗରିକଙ୍କ ମର୍ଯ୍ୟାଦା, ସମ୍ମାନ ଓ ସୁରକ୍ଷା ଆମ ପାଇଁ ସର୍ବାଗ୍ରେ।” ଦୋଷୀଙ୍କ ବିରୋଧରେ କଠୋର ପୁଲିସ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରାଯିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି।

ଘଟଣାଟି ଦିଲ୍ଲୀର Malviya Nagar ଅଞ୍ଚଳରେ ଘଟିଥିଲା। ଏକ ଦମ୍ପତି ଉତ୍ତର-ପୂର୍ବ ରାଜ୍ୟର ମହିଳାମାନଙ୍କୁ ଅପମାନଜନକ ଶବ୍ଦବାଣୀ କହିବା ସହିତ ଧମକ ଦେଇଥିବା ଭିଡିଓ ଭାଇରାଲ୍‌ ହେବା ପରେ ଏହା ଚର୍ଚ୍ଚାରେ ଆସିଥିଲା।

ପୁଲିସ ବୁଧବାର ଅଭିଯୁକ୍ତ ରୁବି ଜୈନ (୩୫) ଓ ତାଙ୍କ ସ୍ୱାମୀ ହର୍ଷ ସିଂହଙ୍କୁ ଗିରଫ କରିଛି। ଦମ୍ପତିଙ୍କ ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଏହି ଘଟଣାକୁ Pema KhanduJyotiraditya Scindia ମଧ୍ୟ ନିନ୍ଦା କରିଛନ୍ତି। ସେମାନେ ଉତ୍ତର-ପୂର୍ବ ରାଜ୍ୟର ମହିଳାମାନଙ୍କ ପ୍ରତି ଏପରି ବ୍ୟବହାରକୁ ଅସ୍ୱୀକାର୍ଯ୍ୟ ବୋଲି କହିଛନ୍ତି।

ଦିଲ୍ଲୀ ସରକାର ଏହି ଘଟଣାକୁ ଗୁରୁତ୍ୱ ସହ କେବଳ ଆଇନଗତ ଭାବରେ ନୁହେଁ, ସାମାଜିକ ସମରସତା ଓ ସମ୍ମାନ ରକ୍ଷାର ପ୍ରସଙ୍ଗରେ ମଧ୍ୟ ଦେଖୁଥିବା ବୋଲି ସୂଚନା ମିଳିଛି।