ନୂଆଦିଲ୍ଲୀ: ଦିଲ୍ଲୀ ଓ ଉତ୍ତର ଭାରତ ଆସନ୍ତା ତିନି ଦିନ ଧରି ଅସହ୍ୟ ତାପ ଅନୁଭବ କରିବାକୁ ପଡ଼ିବ। ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼େଞ୍ଜ ଅଲର୍ଟ ଜାରି କରି ଜଣାଇଛି ଯେ ତିନି ଦିନ ପର୍ଯ୍ୟନ୍ତ ତାପମାତ୍ରା ୪୫ ଡିଗ୍ରୀ ସେଲ୍ସିଅସ ଉପରେ ରହିପାରେ। ଦିନରେ ଖରା ଓ ରାତିରେ ଗୁଳୁଗୁଳି ବେଶି ହେବାରୁ ଜନଜୀବନ ପ୍ରଭାବିତ ହେବାର ଆଶଙ୍କା ଜଣାଯାଇଛି।
ଗତକାଲି ଦିଲ୍ଲୀର ଆୟା ନଗରରେ ସର୍ବାଧିକ ୪୪.୧ ଡିଗ୍ରୀ, ଲୋଡି ରୋଡରେ ୪୨.୩ ଡିଗ୍ରୀ ଏବଂ ଅନ୍ୟାନ୍ୟ ସ୍ଥାନରେ ୪୦-୪୨ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହୋଇଛି। ସକାଳ ସାଢେ ୫ଟା ପର୍ଯ୍ୟନ୍ତ ମଧ୍ୟ ୩୨ ଡିଗ୍ରୀ ତାପମାତ୍ରା ରହିଥିଲା, ଯାହା ଏକ ଚିନ୍ତାଜନକ ସଂକେତ।
ଖାଲି ଦିଲ୍ଲୀ ନୁହେଁ, ଉତ୍ତରପ୍ରଦେଶର ଆଗ୍ରା, ଝାନସୀ ଓ ଅନ୍ୟାନ୍ୟ ୨୩ଟି ଜିଲ୍ଲାରେ ମଧ୍ୟ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଜମ୍ମୁ ଓ ଅନ୍ୟାନ୍ୟ ମାଉଣ୍ଟେନ୍ ଏରିଆରେ ମଧ୍ୟ ତାତିର ପ୍ରଭାବ ଦେଖାଯାଇଛି।
ମୌସୁମୀ ବର୍ଷା ପୂର୍ବରୁ ତାତି ଫେରିଥିବା ବେଳେ, ରାଜଧାନୀବାସୀ ଏବଂ ଚାରିପାଖର ଅଞ୍ଚଳରେ ଥିବା ଲୋକମାନେ ଜଳଯନ୍ତ୍ରଣା, ବିଦ୍ୟୁତ୍ ବିପର୍ୟୟ ଓ ଶାରୀରିକ ଅସୁବିଧା ସହି ଚାଲିଛନ୍ତି।
IMD ସମସ୍ତଙ୍କୁ ଚେତାବନୀ ଦେଇଛି ଯେ ମଧ୍ୟାହ୍ନ ଦିନରେ ବାହାରକୁ ନଜାଇ ଏବଂ ଯଥେଷ୍ଟ ପାଣି ଖାଇ ସ୍ୱାସ୍ଥ୍ୟରେ ସାବଧାନ ରହିବାକୁ।





