ନୂଆଦିଲ୍ଲୀ: ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ ନେଇ ଶିଥିଳତା ସୃଷ୍ଟି ହୋଇଥିବା ବେଳେ ଡିଜିଟାଲ ସ୍ବାଧୀନତା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। ପ୍ରାୟ ପ୍ରତିଦିନ ଆମେରିକାରୁ ଆସୁଥିବା ଚାପ ସହିତ ଭାରତର ସ୍ୱାଧୀନ ଡିଜିଟାଲ ପରିକଳ୍ପନାର ଅଭାବ ସ୍ପଷ୍ଟ ହେଉଛି।
ଗଲ୍ୱାନ ଘଟଣା ପରେ ଭାରତ ଚୀନ ଆପ୍ (ଯଥା TikTok) ବନ୍ଦ କରିଥିଲା, କିନ୍ତୁ ପ୍ରଶ୍ନ ହେଲା — ଆମେରିକାର ଟେକ୍ କମ୍ପାନୀଗୁଡ଼ିକ ବିରୋଧରେ ଭାରତ ସେହିପରି ସାହସିକ ପଦକ୍ଷେପ ନେଇପାରିବ କି? ବିଶ୍ଳେଷକମାନଙ୍କ କଥାରେ, ଏହା ପ୍ରାୟ ଅସମ୍ଭବ, କାରଣ ଭାରତୀୟ ଡିଜିଟାଲ ପରିବେଶର ଭିତିସ୍ଥମ୍ଭ ଆମେରିକୀୟ କମ୍ପାନୀମାନେ।
ଭାରତର ନିର୍ଭରଶୀଳତା
- କମ୍ପ୍ୟୁଟର ଅପରେଟିଂ ସିଷ୍ଟମ ଓ ହାର୍ଡଓ୍ବାର – ପ୍ରାୟ ସବୁ ଆମେରିକୀୟ କମ୍ପାନୀ ଉପରେ ନିର୍ଭର।
- ସୋସିଆଲ ମିଡିଆ – ନିଜସ୍ୱ ପ୍ଲାଟଫର୍ମ ନଥିବାରୁ Facebook, Instagram, WhatsApp, YouTube ପରି ଆମେରିକୀୟ ପ୍ଲାଟଫର୍ମ।
- ସ୍ମାର୍ଟଫୋନ୍ – Android ସିଷ୍ଟମ, Googleର।
- ଡାଟା ସେଣ୍ଟର ଓ କ୍ଲାଉଡ ସର୍ଭିସ – AWS, Microsoft, Google Cloud ପରି ଆମେରିକୀୟ କମ୍ପାନୀ।
ଯଦି କୌଣସି ଦିନ ଆମେରିକା କଟକଣା ଲଗାଏ, ତେବେ WhatsApp, Android କିମ୍ବା Cloud ସେବା ବନ୍ଦ ହେଲେ, ଦେଶର କୋଟି କୋଟି ୟୁଜର ଓ କମ୍ପାନୀମାନେ ତୁରନ୍ତ ସମସ୍ୟାରେ ପଡ଼ିପାରନ୍ତି।
ରୁଷ ଓ ଚୀନର ମଡେଲ୍
ରୁଷ – Telegram, RuTube ପରି ନିଜସ୍ୱ ବିକଳ୍ପ।
ଚୀନ – WeChat, Baidu, Youku, Weibo ପରି ସ୍ଥାନୀୟ ସମାଧାନ।
ଏଣୁ, ସେମାନେ ଆମେରିକୀୟ କଟକଣାରେ ପ୍ରଭାବିତ ହୋଇନାହାନ୍ତି।
ଭାରତ ପାଇଁ ପ୍ରଶ୍ନ
- ନିଜସ୍ୱ ଅପରେଟିଂ ସିଷ୍ଟମ କେବେ?
- ସ୍ଥାନୀୟ ସୋସିଆଲ ମିଡିଆ କେବେ?
- ଡାଟା ସେଣ୍ଟର ଓ କ୍ଲାଉଡ ସେବାରେ ସ୍ଵାଧୀନତା କେବେ?
- “ଡିଜିଟାଲ ସ୍ବରାଜ” ର ରାସ୍ତାରେ ଭାରତ କେବେ ଯିବ?