ଭୁବନେଶ୍ୱର: ଦୁର୍ଗାପୂଜାର ପାର୍ବଣରେ ଦେବୀଙ୍କ ପୂଜା କେବଳ ଧାର୍ମିକ ଅନୁଷ୍ଠାନ ନୁହେଁ, ଏହା ନାରୀ ସମ୍ମାନ ଓ ସଶକ୍ତିକରଣର ପ୍ରତୀକ ମଧ୍ୟ। ସମାଜ ସଂସ୍କାରକ ଓ ଆଧ୍ୟାତ୍ମିକ ପ୍ରବଚକ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ କନକ ନ୍ୟୁଜ ସହ କଥାବାର୍ତ୍ତାରେ କହିଛନ୍ତି, “ଭାରତୀୟ ସଂସ୍କୃତିରେ ମାତୃପୂଜନର ପରମ୍ପରା ବୈଦିକ ଯୁଗରୁ ଚାଲିଆସିଛି। ନାରୀଙ୍କୁ ସମ୍ମାନ କରାଯାଉଥିବା ସ୍ଥାନରେ ଦେବତାଙ୍କ ଅବସ୍ଥାନ ଥାଏ ବୋଲି ଶାସ୍ତ୍ର କହିଛି।”
ସେ ଆହୁରି କହିଛନ୍ତି ଯେ, ଦୁର୍ଗାପୂଜା ଆମକୁ ମନେପକାଇଦିଏ — ନାରୀ ଅବଳା କିମ୍ବା ଦୁର୍ବଳା ନୁହଁ, ବରଂ ସେ ସର୍ବଶକ୍ତିମାନ। ଯେପରିକି ଦେବୀ ଦୁର୍ଗା ଏକାହାତରେ ମହିଷାସୁରଙ୍କୁ ବିନାଶ କରିଥିଲେ, ସେହିପରି ନାରୀମାନେ ସବୁ ଶକ୍ତିର କେନ୍ଦ୍ର।
ସ୍ୱାମୀଜୀ ଉଦାହରଣ ଦେଇ କହିଛନ୍ତି, ଦ୍ରୌପଦୀଙ୍କ ଅପମାନ ପାଇଁ କୌରବ ବଂଶର ନାଶ, ସୀତାଙ୍କ ଅପମାନ ପାଇଁ ରାବଣର ବିନାଶ ଏବଂ ମହିଷାସୁରଙ୍କ ଅହଂକାର ପାଇଁ ତାଙ୍କର ପରାଜୟ — ସବୁଇଁ ପ୍ରମାଣ କରେ ଯେ ନାରୀଙ୍କୁ ଅସମ୍ମାନ କଲେ ସମାଜର ପତନ ନିଶ୍ଚିତ।
ଦେବୀଙ୍କ ହାତରେ ଥିବା ଶଙ୍ଖ, ଚକ୍ର, ଗଦା, ପଦ୍ମ, ତ୍ରିଶୂଳ ଓ ଖଡ୍ଗ ପ୍ରତୀକୀୟ ସନ୍ଦେଶ ଦେଉଛି — ନାରୀ ସ୍ନେହ, ସୃଷ୍ଟି, ସୁଭାରମ୍ଭର ସହିତ ସମସ୍ତ ଦୁଷ୍ଟ ଶକ୍ତିର ବିନାଶ କରିବାର କ୍ଷମତାର ଅଧିକାରିଣୀ।