ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଚଳିତ ଉତ୍ତେଜନା ଯେଉଁଠି ଆଲୋଚନା ମାଧ୍ୟମରେ ଶାନ୍ତ ହେବାର ପ୍ରୟାସ ଚାଲିଛି, ତେଉଁଠି ଆଜି ପାକିସ୍ତାନରେ ଭୂକମ୍ପର ଝଟକା ଉଦ୍ବେଗ ବଢାଇଛି। ସୋମବାର ଦ୍ବିପହର ସମୟରେ ଅଚାନକ ଆସିଥିବା ଏହି ଝଟକାର ତୀବ୍ରତା ୪.୬ ରିକ୍ଟର ସ୍କେଲ୍ ରେ ରେକର୍ଡ ହୋଇଛି ବୋଲି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ସୂଚନା ଦେଇଛି।
ଏହି ଅଞ୍ଚଳରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଡାଶ ଦେଇଥିବା ବେଳେ, ଏପର୍ଯ୍ୟନ୍ତ କୌଣସି ପ୍ରକାର ଅନୁଷ୍ଠିତ କ୍ଷୟକ୍ଷତି ଅଥବା ଆହତ ହେବାର ଖବର ମିଳିନାହିଁ।
ଏହା ପୂର୍ବରୁ ଗତଶୁକ୍ରବାର ମଧ୍ୟ ରାତି ୧ଟା ୪୪ ମିନିଟରେ ବଲୁଚିସ୍ତାନର କ୍ବେଟା ନିକଟରେ ୪.୦ ମ୍ୟାଗ୍ନିଚ୍ୟୁଡ୍ ଭୂମିକମ୍ପ ଅନୁଭୂତ ହୋଇଥିଲା।
ଭୂକମ୍ପ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଯଦିଓ ୪.୬ ମ୍ୟାଗ୍ନିଚ୍ୟୁଡ୍ ମଧ୍ୟମ ବର୍ଗର ଭୂକମ୍ପ, ତଥାପି ଏହା ଜନବସତି ଅଞ୍ଚଳରେ ହେଲେ କ୍ଷତିର ଆଶଙ୍କା ଥାଏ। ତେଣୁ ସ୍ଥାନୀୟ ଅଧିକାରୀମାନେ ଉଚିତ ସତର୍କତା ଅବଲମ୍ବନ କରିଛନ୍ତି।