ନାଗପୁର, ୨୮ ଅଗଷ୍ଟ: ସୁପ୍ରିମକୋର୍ଟ ମୁମ୍ବାଇର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଓ ପୂର୍ବତନ ବିଧାୟକ ଅରୁଣ ଗାୱଲିଙ୍କୁ ଜାମିନ ଦେଇଛି। ଏହାର ଫଳରେ, ପ୍ରାୟ ୧୮ ବର୍ଷ ପରେ ସେ ଜେଲରୁ ବାହାରିବାକୁ ଯାଉଛନ୍ତି।

ଗାୱଲି ୨୦୦୭ରେ ମୁମ୍ବାଇର ଶିବସେନା କାଉନସିଲର କମଳାକର ଜାମସାଣ୍ଡେକରଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିଲେ। ୨୦୧୨ରେ ମୁମ୍ବାଇ ସେସନ୍ସ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲା।

ଗାୱଲିଙ୍କ ଓକିଲ ମୀର ନାଗମାନ ଅଲି କହିଛନ୍ତି, ସୁପ୍ରିମକୋର୍ଟ ୧୮ ବର୍ଷରୁ ଅଧିକ ଦଣ୍ଡ ଭୋଗିଥିବା ଓ ୭୩ ବର୍ଷ ବୟସ ହୋଇଥିବାରୁ ତାଙ୍କୁ ଜାମିନ ପ୍ରଦାନ କରିଛି। ସୂଚନା ଅନୁଯାୟୀ, ଗାୱଲି ଆସନ୍ତା ୧-୨ ଦିନ ମଧ୍ୟରେ ନାଗପୁର କେନ୍ଦ୍ରୀୟ ଜେଲରୁ ବାହାରିବେ।

ଗାୱଲିଙ୍କ ପକ୍ଷରୁ ମୀର ନାଗମାନ ଅଲି ଓ ହାଡକର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।