ନୂଆଦିଲ୍ଲୀ: ଦେଶର ଜିଏସଟି ପ୍ରଣାଳୀରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କୁ ନେଇ ଗଠିତ ମନ୍ତ୍ରୀଗୋଷ୍ଠୀ (GoM) ଅନୁମୋଦନ କରିଛି।
ଏହି ପ୍ରସ୍ତାବ ଅନୁସାରେ, ବର୍ତ୍ତମାନର ୧୨% ଓ ୨୮% ସ୍ଲାବକୁ ହଟାଇ, କେବଳ ୫% ଓ ୧୮% ଦୁଇଟି ହାର ରଖାଯିବ। ୨୮% ସ୍ଲାବରେ ଥିବା ପ୍ରାୟ ୯୦% ପଣ୍ୟକୁ ୧୮% ସ୍ଲାବକୁ ଆଣାଯିବ, ଯେତେବେଳେ ୧୨% ସ୍ଲାବରେ ଥିବା ଅଧିକାଂଶ ସାମଗ୍ରୀ ୫% ଅଧିନରେ ଆସିବ।
କେନ୍ଦ୍ରର ଯୋଜନାର ପ୍ରଭାବ
- ଔଷଧ, ଡେରି ଉତ୍ପାଦ, ପ୍ରୋସେସ୍ଡ ଫୁଡ୍ ଆଦି ଶସ୍ତା ହେବ।
- ସାଧାରଣ ଲୋକ, ଚାଷୀ, ମଧ୍ୟବର୍ଗ ଓ MSME କୁ ଆର୍ଥିକ ସହଜିକରଣ ମିଳିବ।
- ଜିଏସଟି ପ୍ରଣାଳୀକୁ ସରଳ କରିବା କେନ୍ଦ୍ରର ପ୍ରାଥମିକତା।
ଲକ୍ଜୁରୀ ଓ ସିନ୍ ପ୍ରଡକ୍ଟ ପାଇଁ ୪୦% ସ୍ଲାବ
ତମାଖୁ, ପାନ ମସଲା ଓ ଲକ୍ଜୁରୀ ସାମଗ୍ରୀରେ ୪୦% ସ୍ବତନ୍ତ୍ର ଟିକସ ହାର ଲାଗୁ କରାଯିବ।
ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସରେ ଘୋଷଣା କରିଥିଲେ ଓ ଆସନ୍ତା ଦୀପାବଳିରୁ ଏହା ପ୍ରଭାବୀ ହେବାର ସମ୍ଭାବନା।