ଗାନ୍ଧୀନଗର: ଗୁଜରାଟରେ ରାଜନୀତିକ ମଞ୍ଚରେ ବଡ଼ ଧରଣର ହଲଚଲ୍ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ଛାଡ଼ି ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରାଯାଇଛି।
ସୂଚନା ମିଳିଛି ଯେ, କାଲି ଗୁଜରାଟରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ଓ ସମ୍ପ୍ରସାରଣ ହେବ। ଦିନ ୧୧ଟାରେ ନୂଆ ମନ୍ତ୍ରୀମାନେ ଶପଥ ନେବେ ବୋଲି ଖବର ମିଳିଛି।
ଏହି ନିଷ୍ପତ୍ତି ମଧ୍ୟ କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶରେ ନିଆଯାଇଥିବା ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ବୈଠକରେ ଦଳର ବରିଷ୍ଠ ନେତାମାନେ ମନ୍ତ୍ରୀମାନଙ୍କୁ ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଥିଲେ, ତାହାପରେ ସମସ୍ତେ ନିଜ ଇସ୍ତଫାପତ୍ର ଦାଖଲ କରିଥିଲେ।
ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆଜି ରାତିରେ ରାଜ୍ୟପାଳଙ୍କୁ ଭେଟି ମନ୍ତ୍ରୀ ପରିଷଦର ଇସ୍ତଫାପତ୍ର ଦେବେ ବୋଲି ଜଣାପଡ଼ିଛି। ଏହା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ପୂର୍ବତାୟାରି ହୋଇପାରେ ବୋଲି ଅନୁମାନ କରାଯାଉଛି।
ହେଲେ, ଏହି ବିଷୟରେ ଏପର୍ଯ୍ୟନ୍ତ ବିଜେପି କିମ୍ବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଜାରି ହୋଇନି।