ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଉତ୍ତେଜନାପୂର୍ଣ୍ଣ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରବାସୀ ଓଡ଼ିଆମାନଙ୍କ ସୁରକ୍ଷା ଓ ସ୍ଥିତି ସମ୍ପର୍କରେ ସମୀକ୍ଷା ପାଇଁ ଓଡ଼ିଶା ସରକାର ପକ୍ଷରୁ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ Anu Gargଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଥିଲା।

ବୈଠକରେ ପରିସ୍ଥିତି ଉପରେ ସତତ ନଜର ରଖି ଆବଶ୍ୟକ ପୂର୍ବପ୍ରସ୍ତୁତି ଓ ଜରୁରୀ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗମାନଙ୍କୁ ପରାମର୍ଶ ଦିଆଯାଇଛି। ମଧ୍ୟପ୍ରାଚ୍ୟରେ ରହୁଥିବା ଭାରତୀୟ ଓ ପ୍ରବାସୀ ଓଡ଼ିଆମାନଙ୍କ ସହ ସଂଯୋଗ ରଖିବା ପାଇଁ ଭାରତ ସରକାରଙ୍କ Ministry of External Affairs ପକ୍ଷରୁ ୨୪ ଘଣ୍ଟିଆ ଟୋଲ୍‌-ଫ୍ରି ହେଲ୍ପଲାଇନ୍‌ ସେବା ଜାରି କରାଯାଇଛି।

ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ Odisha Mo Parivar, ରାଜ୍ୟ ଗୃହ ବିଭାଗ, ଶ୍ରମ ନିର୍ଦ୍ଦେଶାଳୟ ଓ ପ୍ରବାସୀ ଭାରତୀୟ ସୁରକ୍ଷା ସଂସ୍ଥା Protector of Emigrants ସହ ମିଳିତ ଭାବେ ଏକ ୱାର୍କିଂ ଗ୍ରୁପ୍‌ ଗଠନ କରାଯାଇଛି। ପ୍ରବାସୀ ଓଡ଼ିଆମାନଙ୍କୁ ସହାୟତା ଓ ସୂଚନା ଯୋଗାଇବା ପାଇଁ ଶ୍ରୀ Pritish Pandaଙ୍କୁ ନୋଡାଲ୍‌ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।

ବୈଠକରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ Y. B. Khurania କହିଥିଲେ ଯେ, ବର୍ତ୍ତମାନ ପରିସ୍ଥିତି ଉପରେ ନିକଟ ନଜର ରଖାଯାଉଛି ଏବଂ ଆବଶ୍ୟକତାନୁସାରେ ତୁରନ୍ତ ପଦକ୍ଷେପ ନିଆଯିବ। ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଆଲର୍ଟ କରାଯାଇଥିବା ସହ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ସୂଚନାକୁ ମଧ୍ୟ କଡ଼ା ଭାବେ ଅନୁଧ୍ୟାନ କରାଯାଉଛି।

ଏହି ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଆର୍‌.ପି. କୋଚେ, ସଂସ୍କୃତି ବିଭାଗ ସଚିବ ଡ଼ଃ ବିଜୟ କେତନ ଉପାଧ୍ୟାୟ ଓ ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।