ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ମୁଖ୍ୟ ଏପି ସିଂହ ଶୁକ୍ରବାର ଏକ ମହତ୍ତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ବିରୋଧରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ‘ଅପରେସନ୍ ସିନ୍ଦୂର’ରେ ୮ରୁ ୧୦ଟି ପାକିସ୍ତାନୀ ଲଢ଼ୁଆ ବିମାନକୁ ଧ୍ୱଂସ କରାଯାଇଥିଲା। ଏଥିରେ ଆମେରିକା ନିର୍ମିତ ଏଫ୍‌-୧୬ ଓ ଚୀନ୍‌ ନିର୍ମିତ ଜେଏଫ୍‌-୧୭ ବିମାନ ମଧ୍ୟ ଥିଲା।

୯୩ତମ ବାୟୁସେନା ଦିବସ ପାଳନ ଅବସରରେ ସେ କହିଥିଲେ, ପାକିସ୍ତାନ ଦାବି କରୁଥିବାଭଳି କୌଣସି ଭାରତୀୟ ବିମାନ ନଷ୍ଟ ହୋଇନଥିଲା। ଏହାକୁ ସେ “ମନୋହର କାହାଣୀ” ବୋଲି ବର୍ଣ୍ଣନା କରିଥିଲେ।

ସିଂହ ଆହୁରି କହିଥିଲେ ଯେ ଏହି ଅପରେସନ୍‌ରେ ଭାରତୀୟ ବାୟୁସେନା ପାକିସ୍ତାନର ୪-୫ଟି ଏଫ୍‌-୧୬ ଓ ଜେଏଫ୍‌-୧୭ ବିମାନ ସହିତ ଗୋଟିଏ ନିରୀକ୍ଷଣ ବିମାନକୁ ମାଟିକୁ ଖସାଇ ଦେଇଥିଲା। ସେ ଅଧିକ କହିଥିଲେ — “ଆମ ପାଖରେ ୩୦୦ କିଲୋମିଟରରୁ ଅଧିକ ଦୂରତାରେ କରାଯାଇଥିବା ଆକ୍ରମଣର ସ୍ପଷ୍ଟ ପ୍ରମାଣ ଅଛି।”