ନୂଆଦିଲ୍ଲୀ, 13 ଅଗଷ୍ଟ: ଆସନ୍ତା 15 ଅଗଷ୍ଟ ସ୍ବାଧୀନତା ଦିବସରେ ଭାରତୀୟ ବାୟୁସେନାର 36 ଜଣ ସେନାନୀଙ୍କୁ ସାହସ ଏବଂ ଅଦମ୍ୟ ସମରସୂର୍ବତା ପାଇଁ ବୀରତା ପୁରସ୍କାରରେ ସମ୍ମାନିତ କରାଯିବ। ‘ଅପରେସନ ସିନ୍ଦୂର’ରେ ବୀରତ୍ବ ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି।

ଏହି କ୍ରମରେ, ୱିଙ୍ଗ କମାଣ୍ଡର ଅଭିମନ୍ୟୁ ସିଂହଙ୍କୁ ସୌର୍ଯ୍ୟ ଚକ୍ର ପ୍ରଦାନ କରାଯିବ। ସେହିପରି, 9 ଜଣ ସେନାନୀ — ଗ୍ରୁପ୍ କ୍ୟାପଟେନ ରଞ୍ଜିତ ସିଂହ ସିଦ୍ଧୁ, ମନୀଷ ଆରୋରା, ଅନିମେଶ ପାଟନୀ, କୁନାଲ କାଲରା, ୱିଙ୍ଗ କମାଣ୍ଡର ଜୟ ଚନ୍ଦ୍ର, ସ୍କ୍ୱାଡ୍ରନ୍ ଲିଡର ସାର୍ଥକ କୁମାର, ସିଦ୍ଧାନ୍ତ ସିଂହ, ରିଜୱାନ ମଲିକ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅର୍ଶବୀର ସିଂହ ଠାକୁରଙ୍କୁ ବୀରଚକ୍ର ସମ୍ମାନ ପ୍ରଦାନ ହେବ।

ଏହାସହିତ, ଅପରେସନ ସିନ୍ଦୂରରେ ଉଲ୍ଲେଖନୀୟ ନେତୃତ୍ବ ପାଇଁ ଉତ୍ତରାଞ୍ଚଳ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପ୍ରତୀକ ଶର୍ମା ଓ ସାମରିକ ଅପରେସନ ମହାନିର୍ଦ୍ଦେଶକ (DGMA) ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇଙ୍କୁ ସର୍ବୋତ୍ତମ ଯୁଦ୍ଧ ସେବା ପଦକ ପ୍ରଦାନ କରାଯିବ।